ETV Bharat / bharat

ସୁନା ପରେ ଏବେ ବିହାରରେ ମିଳିଛି ପେଟ୍ରୋଲର ସନ୍ଧାନ

ବକ୍ସର ଗଙ୍ଗା ଅବବାହିକା ଅଞ୍ଚଳ ଓ ସମସ୍ତିପୁରାରେ ପେଟ୍ରୋଲ ଥିବା ନେଇ ମିଳିଛି ସୂଚନା । ୨ଟି ଜିଲ୍ଲାର କେତେ ପରିମାଣରେ ପେଟ୍ରୋଲ ମହଜୁଦ ରହିଛି ସେନେଇ ଓଏନଜିସି (Oil and Natural Gas Corporation) ସର୍ଭେ କରିବ ।

author img

By

Published : Jun 8, 2022, 2:07 PM IST

ସୁନା ପରେ ଏବେ ବିହାରରେ ମିଳିଛି ପେଟ୍ରୋଲର ସନ୍ଧାନ
ସୁନା ପରେ ଏବେ ବିହାରରେ ମିଳିଛି ପେଟ୍ରୋଲର ସନ୍ଧାନ

ପାଟନା: ସୁନା ଖଣି ଠାବ ହେବା ପରେ ବିହାରରେ ଏବେ ମିଳିଛି ପେଟ୍ରୋଲର ସନ୍ଧାନ । ବକ୍ସର ଗଙ୍ଗା ଅବବାହିକା ଅଞ୍ଚଳ ଓ ସମସ୍ତିପୁରାରେ ପେଟ୍ରୋଲ ଥିବା ନେଇ ମିଳିଛି ସୂଚନା । ଏନେଇ ବିହାର ସରକାର ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC)କୁ ପେଟ୍ରୋଲ ଅନୁସନ୍ଧାନ ପାଇଁ ଲାଇସେନ୍ସ (Petroleum Exploration License) ପ୍ରଦାନ କରିଛନ୍ତି । ୨ଟି ଜିଲ୍ଲାର କେତେ ପରିମାଣରେ ପେଟ୍ରୋଲ ମହଜୁଦ ରହିଛି ସେନେଇ ଓଏନଜିସି (Oil and Natural Gas Corporation) ସର୍ଭେ କରିବ ।

ସୂଚନା ଅନୁଯାୟୀ, ବକ୍ସରର ଗଙ୍ଗା ଅବବାହିକାରେ ପ୍ରାୟ 52.13 ବର୍ଗ କିଲୋମିଟର ତୈଳ ଥିବା ନେଇ ଆକଳନ କରାଯାଇଛି । ସେହିପରି ସମସ୍ତିପୁରାରେ 308.32 ବର୍ଗ କିଲୋମିଟର ମଧ୍ୟରେ ପେଟ୍ରୋଲ ଥିବା ନେଇ ଆକଳନ କରାଯାଉଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ(Union Minister of State for Home Nityanand Rai) କହିଛନ୍ତି ଯେ ‘ବିହାର ସରକାର ସମସ୍ତିପୁରର ଗଙ୍ଗା ଅବବାହିକାରେ ପେଟ୍ରୋଲିୟମ ଅନୁସନ୍ଧାନ ପାଇଁ ONGC କୁ ଅନୁମତି ଦେଇଛନ୍ତି । ଅତ୍ୟାଧୁନିକ ଉପାୟରେ 308 ବର୍ଗ କିଲୋମିଟର ଅଞ୍ଚଳରେ ପେଟ୍ରୋଲିୟମ ଅନୁସନ୍ଧାନ କରାଯିବ । ସେ କହିଛନ୍ତି ଯେ ମାଟିତଳେ ପର୍ଯ୍ୟାପ୍ତ ପରିମାଣର ତେଲ ଗଚ୍ଛିତ ଥିବା ନେଇ ଆଶା କରାଯାଉଛି । ସର୍ଭେରେ ଯଦି ତେଲ ମିଳୁଛି, ତେବେ କେବଳ ସମସ୍ତିପୁର (Samastipur) ନୁହେଁ ପୁରା ବିହାର ସ୍ଥିତି ବଦଳିଯିବ ’।

ONGC ଆକଳନ କରିଛି ଯେ ଉଭୟ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ତୈଳ ଭଣ୍ତାର ରହିଛି । ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍ (ONGC) ବିହାରର ମାଇନ୍ସି ଆଣ୍ତ ଆର୍ଥ ଏଲିମେଣ୍ଟସ ବିଭାଗ ( Mines and Earth Elements Department of Bihar)ରୁ ଲାଇସେନ୍ସ ପାଇଁ ଅନୁମତି ମାଗିଥିଲା । ଯାହା ONGCକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳି ସାରିଛି । ପ୍ରଥମ ପର୍ଯ୍ୟାୟରେ ଭୂକମ୍ପ ଡାଟା ରେକର୍ଡିଂ ସିଷ୍ଟମ ମାଧ୍ୟମ(earthquake data recording system) ରେ 2ଡି ଭୂକମ୍ପ ସର୍ବେକ୍ଷଣ କରାଯିବ । ଏହାପରେ ଗ୍ରାଭିଟିସନାଲ ମ୍ୟାଗନେଟିକ(Gravitational Magnetic) ଓ ମାଗନେଟୋଟାଲ ସର୍ଭେ (Magneto Telluric Survey) ହେବ । ଏହା ପୂର୍ବରୁ ଓଏନଜିସି ସିଓ୍ବାନ ଜିଲ୍ଲାର ରଘୁନାଥପୁର ଓ ବକ୍ସର ସିମ୍ରିଠାରେ ମଧ୍ୟ ସର୍ଭେ କରିଥିଲା । ଉଭୟ ସ୍ଥାନର ମାଟିକୁ ପରୀକ୍ଷା ପାଇଁ ପଠାଯାଇଛି ।

ଏହା ପୂର୍ବରୁ ଦେଶର ସବୁଠୁ ବଡ ସୁନା ଖଣି ବିହାରର ଜମ୍ମୁଇ(Jamui) ଜିଲ୍ଲାର ସୁନାରେ ଠାବ ହୋଇଥିଲା । ଭାରତର ଜିଓଲୋଜିକାଲ୍ ସର୍ଭେ( Geological Survey of India)ର ଏକ ରିପୋର୍ଟ ଅନୁଯାୟୀ, ଜାମୁଇ ଜିଲ୍ଲାରେ ପ୍ରାୟ 220 ନିୟୁତ ଟନ ସୁନା ଭଣ୍ଡାର ଅଛି । ଏଠାରେ ସୁନା ବାହାର କରିବା ପାଇଁ ବିହାର ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.