ETV Bharat / bharat

ସରକାରଙ୍କ ବଡ ଘୋଷଣା, ମେଡିକାଲ-ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ମିଳିବ 33% ଆରକ୍ଷଣ

ଝିଅଙ୍କୁ ଉଚ୍ଚଶିକ୍ଷା ଆଡକୁ ଆକୃଷ୍ଟ କରିବା ପାଇଁ ବିହାର ସରକାର ରାଜ୍ୟର ସମସ୍ତ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆରକ୍ଷଣ ଦେବାକୁ କରିଛନ୍ତି ଘୋଷଣା । ଅଧିକ ପଢନ୍ତୁ...

ସରକାରଙ୍କ ବଡ ଘୋଷଣା, ମେଡିକାଲ-ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ମିଳିବ 33% ଆରକ୍ଷଣ
ସରକାରଙ୍କ ବଡ ଘୋଷଣା, ମେଡିକାଲ-ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ମିଳିବ 33% ଆରକ୍ଷଣ
author img

By

Published : Jun 2, 2021, 9:32 PM IST

ପାଟନା: ବିହାରର ଝିଅଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଝିଅଙ୍କୁ ଉଚ୍ଚଶିକ୍ଷା ଆଡକୁ ଆକୃଷ୍ଟ କରିବା ପାଇଁ ବିହାର ସରକାର ରାଜ୍ୟର ସମସ୍ତ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆରକ୍ଷଣ ଦେବାକୁ କରିଛନ୍ତି ଘୋଷଣା ।

ସରକାରୀ ଘୋଷଣା ଅନୁଯାୟୀ, ଏବେ ରାଜ୍ୟରେ ସମସ୍ତ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ବିହାର ଛାତ୍ରୀଙ୍କୁ 33 ପ୍ରତିଶତ ଆରକ୍ଷଣ ମିଳିବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାମ୍ନାରେ ଭିସି ଯୋଗେ କନଫରେନ୍ସିଂ ମାଧ୍ୟମରେ ଇଞ୍ଜିନିୟରିଂ ଓ ମେଡିକାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ସମ୍ବନ୍ଧରେ ପ୍ରସ୍ତାବିତ ବିଧେୟକର ପ୍ରେଜେଣ୍ଟେସନ ଦିଆଯାଇଥିଲା ।

ପ୍ରେଜେଣ୍ଟେସନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମେଡିକାଲ ଓ ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲେ କଲେଜଗୁଡିକ ଉତ୍ତମ ଢଙ୍ଗରେ ପ୍ରବନ୍ଧନ ହୋଇପାରିବ । ଏହାସହ କଲେଜରେ ଅଧ୍ୟାପନ କାର୍ଯ୍ୟକୁ ଉତ୍କୃଷ୍ଠ ରୂପେ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.