ETV Bharat / bharat

Anantnag Encounter: ଗୁପ୍ତଚର ବିଶ୍ବାସଘାତକତାର ମୂଲ୍ୟ ସୁଝିଲା କି ଦେଶ ! କାହିଁକି କର୍ଣ୍ଣେଲ-ମେଜରଙ୍କୁ ଟାର୍ଗେଟ୍ କଲେ ଆତଙ୍କୀ ?

author img

By ETV Bharat Odisha Team

Published : Sep 15, 2023, 4:40 PM IST

Updated : Sep 15, 2023, 5:57 PM IST

ଜମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କୀ ହମଲା ପରେ ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ । ତେବେ କଣ ଏପରି ହେଲା ଯେ ଅନନ୍ତନାଗରୁ ଯବାନଙ୍କ ଶହୀଦର ଦୁଃଖଦ ଖବର ଆସୁଛି । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Big conspiracy over Anantnag Encounter
Big conspiracy over Anantnag Encounter

ଶ୍ରୀନଗର: ଅନନ୍ତନାଗ ଆତଙ୍କୀ ଏନକାଉଣ୍ଟରରେ ଭାରତୀୟ ସେନାର 2 ଅଧିକାରୀ, 2 ଯବାନଙ୍କ ସମେତ ଜମ୍ମୁକାଶ୍ମୀର ପୋଲିସ ଡିଏସପି ଶହୀଦ ହୋଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦେଇଥିବା ବେଳେ ଶହୀଦ ହୋଇଛନ୍ତି କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚାକ ଓ ଜମ୍ମୁକାଶ୍ମୀର ପୋଲିସ ଡିଏସପି ହୁମାୟୁ ଭଟ୍ଟଙ୍କ ସମେତ ଆଉ ଜଣେ ଯବାନ । ଏହି ଖବର ଆସିବା ପରେ ଦେଶବାସୀଙ୍କ ଓଦା ଆଖି ଦେଶର ଏହି ବୀରପୁତ୍ରଙ୍କୁ ସମ୍ମାନ ଜଣାଇଛନ୍ତି । ସେପଟେ ଗୁପ୍ତଚରର ବିଶ୍ବାସଘାତକତା ଯୋଗୁଁ ଏନକାଉଣ୍ଟରରେ ଦେଶର ବୀର ଯବାନ ଶିକାର ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ଜମ୍ମୁକାଶ୍ମୀରର କୋକେରନାଗ ଜଙ୍ଗଲ ଘଞ୍ଚ ହୋଇଥିବା ବେଳେ ଏହାର ଚାରିପାଖକୁ ଘେରି ରହିଛି ଉଚ୍ଚ ପର୍ବତମାଳା । ଏହି ଅଞ୍ଚଳଟି ଏତେ ଦୁର୍ଗମ ଯେ କୌଣସି ଅପରେସନ ସଫଳ ହେବା ଅତ୍ୟନ୍ତ କଷ୍ଟକର । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ବେଳେ ଜମ୍ମୁକାଶ୍ମୀର ପୋଲିସର ଡିଏସପିଙ୍କ ସମେତ 4 ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତମାତା ନିଜର 5 ବୀରପୁତ୍ରଙ୍କୁ ହରାଇ ଯେପରି ନିସ୍ତବ୍ଧ ହୋଇପଡ଼ିଛି । ଏକ ରିପୋର୍ଟ ଅନୁସାରେ ଭାରତୀୟ ଯବାନଙ୍କ ଫସାଇବା ଲାଗି ଆତଙ୍କବାଦୀଙ୍କ ଦ୍ବାରା ଜାଲ ବିଛାଯାଇଥିଲା । ଆଉ ବିଶ୍ବାସଘାତକାର ମୂଲ୍ୟ ସୁଝି ଦେଶ ମାତୃକା ପାଇଁ ଟଳି ପଡ଼ିଲେ ଭାରତ ମାତାର 5 ବୀରପୁତ୍ର ।

କାହିଁକି 3 ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ୍ କଲେ ଆତଙ୍କୀ ?:- ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ହେଉ କି ଏନକାଉଣ୍ଟର ସ୍ପଟରେ କାଉଣ୍ଟର ଆଟାକ୍ ସବୁ ଅପରେସନରେ ମାହିର ଥିଲେ ସେନାର ଦୁଇ ବରିଷ୍ଠ ଅଧିକାରୀ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚାକ । ଏହି ଦୁଇ ଅଫିସର ଟପ୍ ଆତଙ୍କୀ ଅଫଜର ଗୁରୁ ଅପରେସନରେ ମଧ୍ୟ ସାମିଲ ଥିଲେ ଏବଂ ଅପରେସନକୁ ସଫଳ କରିବାରେ ବଡ ଭୂମିକା ନିର୍ବାହ କରିଥିଲେ । ତେଣୁ ଏମାନଙ୍କୁ ଟାର୍ଗେଟ କରି ସେନାର କାଉଣ୍ଟର ଅପରେସନକୁ ସଫଳ ନକରିବା ପାଇଁ ଏପରି ଆମ୍ବୁସ୍ କରିଛନ୍ତି ଆତଙ୍କୀ ବୋଲି ସେନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କହିବା ସହିତ ଏଥିରେ ସ୍ଥାନୀୟ ଲୋକ ସାମିଲ ଅଛନ୍ତି, ଯିଏକି ସେନାର ଟପ ଅଧିକାରୀଙ୍କ ଗତିବିଧି ଏବଂ ଅପରେସନ ଷ୍ଟାଟେଜିକୁ ଜାଣିଥିଲେ ବୋଲି କହିଥିଲେ ।

Big conspiracy over Anantnag Encounter
ଶହୀୟ ଯବାନ

ବିଶ୍ବାସଘାତକତାର ମୂଲ୍ୟ ସୁଝିଲା କି ଦେଶ !

ଗତ ୧୨ ତାରିଖରେ ଭୋର ସକାଳ ସମୟରେ ଯେତେବେଳେ ଜମ୍ମୁକାଶ୍ମୀର ଶୋଇଥିଲା, ଠିକ ସେହି ସମୟରେ ସୁରକ୍ଷା ଏଜେନ୍ସିଙ୍କୁ ଏକ ସୂଚନା ହସ୍ତଗତ ହୋଇଥିଲା । ଏହି ଖବର ଦେଇଥିବା ଗୁପ୍ତଚରଟି ବାସ୍ତବରେ ଦେଶ ପାଇଁ ନୁହେଁ, ବରଂ ଆତଙ୍କବାଦୀ ସଂଗଠନ ଲାଗି କାର୍ଯ୍ୟ କରୁଥିଲା । ଉକ୍ତ ଗୁପ୍ତଚର ଜଣକ ଜମ୍ମୁକାଶ୍ମୀର ପୋଲିସକୁ ଖବର ଦେଇଥିଲା ଯେ କୋକେରନାଗ ଜଙ୍ଗଲରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୨ଜଣ ଆତଙ୍କୀ ଲୁଚି ରହିଛନ୍ତି । ଏହି ଖବର ଜମ୍ମୁକାଶ୍ମୀର ପୋଲିସ ଡିଏସପି ହୁମାୟୁଙ୍କ ନିକଟରେ ପହଞ୍ଚିବା ପରେ ସେ ଆକ୍ସନ ମୋଡକୁ ଆସିଥିଲେ ।

ଏସଓପି ଅନୁସାରେ ଡିଏସପି ହୁମାୟୁ ଭଟ୍ଟ ୧୯ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତ ସିଂଙ୍କୁ ତୁରନ୍ତ ଏକ ମିଳିତ ଅପରେସନ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆତଙ୍କବାଦୀ ନିଜ ଠିକଣା ବଦଳାଇବା ପୂର୍ବରୁ ଭାରତୀୟ ଯବାନ ସେମାନଙ୍କ ନିକଟରେ ପହଞ୍ଚିପାରିବେ । କର୍ଣ୍ଣେଲ ମନପ୍ରୀତ ସିଂ ମେଜର ଆଶିଷଙ୍କ ସହିତ ଆଲୋଚନା କରି ଯବାନଙ୍କ ଏକ ଟିମ ସହିତ କୋକେରନାଗ ଜଙ୍ଗଲ ଅଭିମୁଖେ ବାହାରିଥିଲେ ।

ଏହା ବି ପଢନ୍ତୁ- Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜୋରଦାର

ଜମ୍ମୁକାଶ୍ମୀର ପୋଲିସ ଓ ଯବାନ, ଗୁପ୍ତଚରଠାରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲେ । ଅନନ୍ତନାଗ ଜିଲ୍ଲା ସ୍ଥିତ କୋକେରନାଗ ଜଙ୍ଗଲ ଥିଲା ଲୋକେସନ । ଏହାର ଅପରେସନ ମଧ୍ୟ ମୁସ୍କିଲ ଥିଲା । ଅଫିସରମାନେ ହୃଦୟଙ୍ଗମ କରିଥିଲେ ଯେ ଗୁପ୍ତଚର ସୂଚନା ଅନୁଯାୟୀ ସେମାନେ ଠିକ ଏହି ସ୍ଥାନରେ ହିଁ ଲସ୍କର ଆତଙ୍କବାଦୀ ଲୁଚି ରହିଥିବେ । ଏହାପରେ ସେମାନେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏମିତି ଆରମ୍ଭ ହୋଇଥିଲା ଏନକାଉଣ୍ଟର:- ଆତଙ୍କୀଙ୍କୁ ଘେରିବା ଲାଗି ଏହି ୩ ଯବାନ ପ୍ଲାନ କରୁଥିବା ବେଳେ ପାହାଡ଼ ଉପରେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ ଗୁଳିବର୍ଷା କରିଥିଲେ । ଏହାପରେ ଟଳି ପଡ଼ିଥିଲେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚାକ ଓ ଡିଏସପି ଭଟ୍ଟ । ଆହତ ଅବସ୍ଥାରେ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ ଯବାନ । ମିଳିଥିବା ସୂଚନା ଅନୁସାରେ ଗୁଳି ବାଜିବା ପରେ କର୍ଣ୍ଣେଲ ଓ ମେଜର ପାହାଡ଼ର ଏକ ଛୋଟ ଖାଇରେ ଗଳି ପଡ଼ିଥିଲେ । ସେପଟେ ଡିଏସପି ହାଇଡ ଆଉଟ (ଲୁଚିବା ଲାଗି ସ୍ଥାନ)ର ପାଶ୍ବରେ ପଡ଼ିଯାଇଥିଲେ ।

ଏହା ବି ପଢନ୍ତୁ- 1947 ଯୁଦ୍ଧଠୁ...ଏୟାର ଷ୍ଟ୍ରାଇକ ! ପାକିସ୍ତାନକୁ ମିଳିଛି ମୁହଁତୋଡ ଜବାବ, ତଥାପି ଚେତୁନି

ଏହାପରେ ଜମ୍ମୁକାଶ୍ମୀର ପୋଲିସ ଓ ଅନ୍ୟ ଯବାନ ପାହାଡ଼ରେ ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜିବା ସହ ଶହୀଦ ଯବାନଙ୍କ ପାର୍ଥୀବ ଶରୀର ଖୋଜିବା ଲାଗି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଡିଏସପି ହୁମାୟୁ ଭଟ୍ଟଙ୍କ ପାର୍ଥିବ ଶରୀରକୁ ଉଦ୍ଧାର କରିବା ଲାଗି ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ଉଜୈର ଖାନ କୋକେରନାଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଫଳରେ ସେ ଏହି ଅଞ୍ଚଳର ପ୍ରତିଟି ଗଳିକନ୍ଦିକୁ ଖୁବ ଭଲ ଭାବେ ଜାଣିଛି । ଏଣୁ ଜମ୍ମୁକାଶ୍ମୀର ପୋଲିସ ଓ ଯବାନଙ୍କଠୁ ଲୁଚିବା ତା ପାଇଁ ସହଜ ହୋଇଥିଲା ।

ଆତଙ୍କବାଦୀ ଉଜୈର ଖାନ କିଏ ? :- ଅନନ୍ତନାଗ ଏନକାଉଣ୍ଟରରେ ସାମିଲ ଥିବା ଆତଙ୍କବାଦୀ ଉଜୈର ଖାନ ହେଉଛି ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଲସ୍କରର ଜଣେ ଆତଙ୍କବାଦୀ । ତା ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ଉଜୈର ହେଉଛି A+ କାଟେଗୋରିର ଆତଙ୍କୀ । ଉଜୈର ଓଭର ଗ୍ରାଉଣ୍ଡ ୱାର୍କର ଓ ଜଙ୍ଗଲ ସମ୍ପର୍କରେ ଥିବା ସୂଚନାକୁ ବ୍ୟବହାର କରି ଏଭଳି ଆତଙ୍କୀ ହମଲା କରିଛି ।

କେବେଠୁ ଆରମ୍ଭ ହେଲା ଏନକାଉଣ୍ଟର ?:- ଗତ ବୁଧବାରଠାରୁ ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗତ ବୁଧବାର ଦିନ ହିଁ ଏହି ଗୁଳି ବିନିୟମରେ ସେନାର ରାଷ୍ଟ୍ରୀୟ ରାଇଫଲ ୟୁନିଟିର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତି ସିଂହ, ମେଜର ଆଶିଷ ଧୋନଚାକ ଓ ଜମ୍ମୁ କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ୍ଟଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି (ଶୁକ୍ରବାର) ଆଉ ୨ ଜଣ ଯବାନଙ୍କ ଶହୀଦ ହୋଇଛି । ଏବେ ମୋଟ ଶହୀଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2023, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.