ETV Bharat / bharat

ଗାନ୍ଧୀ ପରିବାର ପାଇଁ ବଡ ଚ୍ୟାଲେଞ୍ଜ G-23, ନେତୃତ୍ବ ସଙ୍କଟରେ କେବେ ପଡିବ ପୂର୍ଣ୍ଣଚ୍ଛେଦ ? - ଗାନ୍ଧୀ ପରିବାର ଚ୍ୟାଲେଞ୍ଜ

ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ତ୍ରିମୁଖୀ ନେତୃତ୍ବରେ କଂଗ୍ରେସ ପରିଚାଳିତ ହେଉଥିବା ବେଳେ ଦଳର ବରିଷ୍ଠ ନେତାଙ୍କ ବିଦ୍ରୋହ ଏବେ ଗାନ୍ଧୀ ପରିବାର ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ...

ଗାନ୍ଧୀ ପରିବାର ପାଇଁ ବଡ ଚ୍ୟାଲେଞ୍ଜ G-23, ନେତୃତ୍ବ ସଙ୍କଟରେ କେବେ ପଡିବ ପୂର୍ଣ୍ଣଛେଦ?

author img

By

Published : Feb 28, 2021, 8:49 PM IST

ନୂଆଦିଲ୍ଲୀ: ଦିନକୁ ଦିନ କଂଗ୍ରେସ ଉପରେ ବୋଝ ହୋଇଚାଲୁଛି ଗାନ୍ଧୀ ପରିବାର । ନେତୃତ୍ବ ସଙ୍କଟ ମଧ୍ୟରେ କଂଗ୍ରେସରେ କୁହୁଳୁଛି ବିଦ୍ରୋହର ନିଆଁ । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ତ୍ରିମୁଖୀ ନେତୃତ୍ବରେ କଂଗ୍ରେସ ପରିଚାଳିତ ହେଉଥିବା ବେଳେ ଦଳର ବରିଷ୍ଠ ନେତାଙ୍କ ବିଦ୍ରୋହ ଏବେ ଗାନ୍ଧୀ ପରିବାର ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।

27 ଫେବୃଆରୀ ଅର୍ଥାତ ଶନିବାର, ଜମ୍ମୁରେ ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରି ଜମ୍ମୁରେ ଏକାଠି ହୋଇଥିଲେ କଂଗ୍ରେସର ଅନେକ ବରିଷ୍ଠ ନେତା । ଏହି ବୈଠକକୁ ତଥାକଥିତ ଭାବେ ଜି-23 ବୋଲି କୁହାଯାଉଛି । ଏହି ନେତାମାନଙ୍କ ମଧ୍ୟରେ ଗୁଲାମନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା ଓ ରାଜ ବବର ଭଳି ଅନେକ ବରିଷ୍ଠ ନେତା ସାମିଲ ଥିଲେ । ଏହି ନେତାମାନେ କେବଳ କଂଗ୍ରେସର ନେତୃତ୍ବକୁ କଡା ଉପଦେଶ ଦେଇନଥିଲେ ବରଂ ଦଳରେ ନୂତନ ପୀଢିର ଆବଶ୍ୟକତା ଥିବା ପରାମର୍ଶ ମଧ୍ୟ ଦେଇଥିଲେ ।

ଗୁଲାମନବୀ ଆଜାଦଙ୍କ ଉପସ୍ଥିତିରେ ମଞ୍ଚ ଉପରୁ ସିବଲ କହିଥିଲେ, କଂଗ୍ରେସ ଦୁର୍ବଳ ହୋଇପଡିଛି । ଏହା ସ୍ବୀକାର କରିବାକୁ ପଡିବ । ଏହାସହ କଂଗ୍ରେସ ନେତାମାନେ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ କଡା ବାର୍ତ୍ତା ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା । ସେହିପରି ଆନନ୍ଦ ଶର୍ମା ମଧ୍ୟ କଂଗ୍ରେସ ଦୁର୍ବଳ ହୋଇଯାଇଥିବା କହି ନୂଆ ପିଢି ଦଳରେ ଯୋଗ ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ ।

ଆଗକୁ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଥିବା ବେଳେ ଏପଟେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ନୀରବ ବସିନାହାଁନ୍ତି । ଏମାନେ ଶନିବାର ଜମ୍ମୁରେ ଏକଜୁଟ ହୋଇ ନିଜ ଉପସ୍ଥିତି ଜାହିରର ଅନୁଭବ କରାଇସାରିଛନ୍ତି ।

ବୈଠକରେ ଅସନ୍ତୁଷ୍ଟ ନେତାମାନଙ୍କ ଉପଦେଶ ଓ ପରାମର୍ଶକୁ ନା ବିଦ୍ରୋହ କୁହାଯାଇପାରିବ ନା ଦଳୀୟ ଅନୁଶାସନର ଲକ୍ଷ୍ମଣରେଖା ପାର ବୋଲି କୁହାଯାଇପାରି । ହେଲେ ଏହି ନେତାମାନେ ଏପରି ସଙ୍କେତ ଦେଇଛନ୍ତି ଯାହା ଗାନ୍ଧୀ ପରିବାର ପାଇଁ ଚିନ୍ତା ବଢାଇଦେଇଛି । କଂଗ୍ରେସର ଭିତିରି ରାଜନୀତି ସହ ପରିଚିତ ଲୋକଙ୍କ କହିବା ଆନୁଯାୟୀ ଆଗାମୀ ଦିନରେ ଏହି ନେତା ଗାନ୍ଧୀ ପରିବାର ବିରୋଧରେ ଖୋଲାଖୋଲି ଜନସାଧାରଣଙ୍କ ପାଖକୁ ଯାଇପାରନ୍ତି ।

ଗାନ୍ଧୀ ପରିବାର ପାଇଁ ଚିନ୍ତାଜନକ ବିଷୟ ଏହି କି ଯେ ଦଳର ପ୍ରଭାବଶାଳୀ ନେତା ଏହା ଉପରେ ନୀରବ ରହିଛନ୍ତି । ରଣଦୀପ ସୁରେଜୱାଲା, ଅଭିଷକ ମନୁ ସିଂଘୱୀ, ପବନ ଖେଡା, ସୁପ୍ରିୟା ଶ୍ରୀନେତ ଓ ଦଳର ଅନ୍ୟ ମୁଖପାତ୍ର ଅସନ୍ତୁଷ୍ଟ ନେତାଙ୍କ ବୟାର ଜବାବ ପରୋକ୍ଷ ଭାବରେ ଦେଇଥିବା ବେଳେ ଜୟରାମ ରମେଶ, ଦିଗବିଜୟ ସିଂହ, ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ନେତା ଏହା ଉପରେ ଅସମ୍ଭବ ନୀରବତା ରକ୍ଷା କରିଛନ୍ତି । ତେବେ ଆଗାମୀ ଦିନରେ ଗାନ୍ଧୀ ପରିବାର ଏହି ଚ୍ୟାଲେଞ୍ଜକୁ ଦୃଷ୍ଟରେ ରଖି କଂଗ୍ରେସର ନେତୃତ୍ବରେ ପରିବର୍ତ୍ତନ ଆଣିବାରେ ତତ୍ପରତା ପ୍ରକାଶ କରୁଛି ନା ନିଜ ପତନ ଅପେକ୍ଷାରେ ସମୟ ଗଣୁଛି ତାହା ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.