ETV Bharat / bharat

ଆଲୋଚନା ପାଇଁ ବାଇଡେନ ଓ ପୁଟିନ ସହମତ, ତଥାପି ଟଳୁନି ଯୁଦ୍ଧ ଆଶଙ୍କା - ଆମେରିକାର ୟୁକ୍ରେନ ସଙ୍କଟ ନେଇ ସତର୍କବାଣୀ

ୟୁକ୍ରେନ ଉପରେ ଏବେ ମଧ୍ୟ ଯୁଦ୍ଧର କଳା ବାଦଲ । ଆଲୋଚନା ପାଇଁ ବାଇଡେନ ଓ ପୁଟିନ ସହମତି ସେବା ପରେ ମଧ୍ୟ ଟଳୁନି ବିପଦ । ସତର୍କ କରାଇଲା ଆମେରିକା, ଯୁଦ୍ଧର ପ୍ରଥମ ଦିନରେ ହୋଇପାରେ ୧୦ ହଜାରରୁ ଅଧିକ ପ୍ରାଣହାନୀ । ଅଧିକ ପଢନ୍ତୁ

ଆଲୋଚନା ପାଇଁ ବାଇଡେନ ଓ ପୁଟିନ ସହମତ, ତଥାପି ଟଳନି ଯୁଦ୍ଧ ଆଶଙ୍କା

author img

By

Published : Feb 21, 2022, 10:30 PM IST

ହାଇଦ୍ରାବାଦ: ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସଙ୍କଟ ପରିସ୍ଥିତି କୌଣସି ମୂହୁର୍ତ୍ତରେ ବି ଯୁଦ୍ଧର ସୂତ୍ରପାତ କରିବା ଆଶଙ୍କାରେ ପଶ୍ଚିମ ରାଷ୍ଟ୍ରଙ୍କ ସମେତ ସମଗ୍ର ବିଶ୍ବ ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଦୁହିଁଙ୍କ ମଧ୍ୟରେ ଆଲୋଚନା ପରେ କିଛି ସକରାତ୍ମକ ଫଳାଫଳ ଆଶାରେ ୟୁକ୍ରେନ ସମେତ ବିଶ୍ବ ଅପେକ୍ଷା କରିଥିବାବେଳେ ଉଭୟ ଦେଶର ସୀମାରେ କିନ୍ତୁ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ ।

ସୀମାରେ ଋଷ ତାର ଶକ୍ତି କ୍ରମାଗତ ଭାବେ ବଢାଇ ଚାଲିଥିବାବେଳେ ୟୁକ୍ରେନ ମଧ୍ୟ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଫୋର୍ସ ମୁତୟନ କରିବା ଆରମ୍ଭ କରିିଛି । ଆଜି ଏକ ଭିନ୍ନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସୀମାରେ ଋଷ ସେନା ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏକ ପୋଷ୍ଟକୁ ୟୁକ୍ରେନ ପକ୍ଷରୁ ଗୁଳିମାଡ କରାଯାଇ ଧ୍ବଂସ କରାଯାଇଥିବା ଅଭିଯୋଗ ହୋଇଛି । ଅବଶ୍ୟ ଏଥିରେ କେହି ଋଷ ସୈନ୍ୟ ମୃତାହତ ହୋଇଥିବା ନେଇ ଋଷ ପକ୍ଷରୁ ସୂଚନା ପ୍ରଦାନ କରାଯାଇନାହିଁ ।

ଗତକାଲି ୟୁକ୍ରେନ ରାଷ୍ଟ୍ରପତି ସ୍ଥିତିର ଗମ୍ଭୀରତାକୁ ଦେଖି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଜରିଆରେ ଋଷ ସହ ଶାନ୍ତି ଆଲୋଚନା ଓ ସୀମାରେ ତତ୍କାଳ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ରଖିଥିଲେ । ଫ୍ରାନ୍ସର ମଧ୍ୟସ୍ଥତାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସହମତି ମଧ୍ୟ ପ୍ରକାଶ ପାଇଛି । ତେବେ ତମାମ କୂଟନୈତିକ ପ୍ରୟାସ ସୁଦ୍ଧା ମଧ୍ୟ ଯୁଦ୍ଧର ଆଶଙ୍କା ଟଳିବାର ନା ନେଉନାହିଁ ।

ତେବେ ଆଜି (ସୋମବାର) ଋଷ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସଙ୍କେତ ମଧ୍ୟ ମିଳିଛି । ପୁଟିନ କହିଛନ୍ତି ଯେ ଫ୍ରାନ୍ସ, ଜର୍ମାନୀ ଏବଂ କିବ ସହିତ ୟୁକ୍ରେନର ବିଚ୍ଛିନ୍ନତାବାଦୀ ବିବାଦର ସମାଧାନ ପାଇଁ 2015 ମସିହାରେ ହୋଇଥିବା ଚୁକ୍ତି ଫଳପ୍ରଦ ହେବା ପରି ମନେ ହେଉନାହିଁ । ବେଲାଋଷର ରାଜଧାନୀରେ ଏହି ଚୁକ୍ତିନାମାରେ ପୂର୍ବ ୟୁକ୍ରେନରେ ଚାଲିଥିବା ବିଦ୍ରୋହକୁ ସମାପ୍ତ କରିବା ପାଇଁ ସହମତି ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଏହା ସଫଳ ହେବା ପରି ଲାଗୁ ନାହିଁ । ପୁଟିନଙ୍କ ଏପରି ଆଭିମୁଖ୍ୟ ପରେ ଆମେରିକା ମଧ୍ୟ ନିଜ ମତ ବଦଳାଇ ପାରେ । ଏପରି ହେଲେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରସ୍ତାବିତ ଶାନ୍ତି କଥାବାର୍ତ୍ତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ବଢାଇଛି ।

ଏହାରି ମଧ୍ୟରେ ବିଶ୍ବର ଅନ୍ୟତମ ମହାଶକ୍ତି ଆମେରିକା ଯୁଦ୍ଧ ନେଇ ଆଶଙ୍କା ଜାରି ରଖିଛି । ଋଷ ତାର ସାମରିକ ପ୍ରସ୍ତୁତି ଏତେ ଶକ୍ତିଶାଳୀ ଭାବେ ଜାରି ରଖିଛି ଯେ, ଯଦି ଯୁଦ୍ଧ ହୁଏ ତେବେ ମାତ୍ର ପ୍ରଥମ ଦିନର ଆକ୍ରମଣରେ ପ୍ରାୟ ୧୦ ହଜାର ୟୁକ୍ରେନ ସେନା ଓ ସାଧାରଣ ପ୍ରାଣ ହରାଇପାରନ୍ତି । ଏପରି ଏକ ଆଶଙ୍କା ସହ ଜାତିସଂଘ ଓ ୟୁରୋପୀୟ ପରିଷଦର ମାନବାଧିକାର ଶାଖାକୁ ସତର୍କ କରିଛି ଆମେରିକା । ଅନ୍ୟପଟେ ୟୁକ୍ରେନ ନିଜର ସୁରକ୍ଷା ଓ ଋଷ ଆକ୍ରୋଷରୁ ବର୍ତ୍ତିବା ପାଇଁ ପଶ୍ଚିମ ଦେଶ ଓ ନାଟୋ ସେନା ଠାରୁ ସହାୟତା ଆଶା ରଖୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.