ETV Bharat / bharat

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ - ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ । ହସ୍ପିଟାଲରେ ଭର୍ତ୍ତି । ଏକ କାରରେ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ

author img

By

Published : Jun 28, 2023, 6:52 PM IST

Updated : Jun 28, 2023, 7:21 PM IST

ଲକ୍ଷ୍ନୌ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ ହୋଇଛି । ଉତ୍ତର ପ୍ରଦେଶ ଶାହରନପୁରରେ ତାଙ୍କ କନଭୟ ଉପରେ କିଛି ଦୃର୍ବୃତ୍ତ ଗୁଳିମାଡ କରିଛନ୍ତି । ଆଜଦଙ୍କ ଶରୀରରେ ଗୁଳି ବାଜି ନଥିବା ବେଳେ ଗାଡିର ଏକାଧିକ ସ୍ଥାନରେ 2 ରାଉଣ୍ଡ ଗୁଳି ବାଜିଛି । ସେ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଏସଏସପି ବିପିନ ଟାଡାଙ୍କ ସୂଚନା ଅନୁସାରେ, ଆହାଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ କାରରେ ଦୁର୍ବୃୃତ୍ତ ଆସି ଏହି ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

  • #WATCH | "I don't remember well but my people identified them. Their car went towards Saharanpur. We took a U-Turn. Five of us, including my younger brother, were in the car when the incident occurred..," says Bhim Army leader and Aazad Samaj Party - Kanshi Ram chief, Chandra… pic.twitter.com/MLeVR8poaN

    — ANI (@ANI) June 28, 2023 " class="align-text-top noRightClick twitterSection" data=" ">

ଆଜାଦଙ୍କ କହିବା ଅନୁସାରେ, ଗୋଟିଏ କାରରେ ସେ ଓ ତାଙ୍କ ସାନଭାଇଙ୍କୁ ମିଶାଇ ମୋଟ 7 ଜଣ ଥିଲେ । ଅନ୍ୟ କିଛି ସହଯୋଗୀଙ୍କ କାର ମଧ୍ୟ ଆଗ ଓ ପଛରେ ଥିଲା । ଏକ କାରରେ ଏକାଧିକ ଯୁବକ ଆସି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ । ଆଜାଦଙ୍କ ସାନ ଭାଇ ଗାଡି ଚଳାଉଥିବା ବେଳେ ସେ ପଛ ସିଟରେ ବସିଥିଲେ । ସେ ତୁରନ୍ତ ୟୁଟର୍ଣ୍ଣ ନେଇ ଫେରି ଆସିଥିଲେ । ତା ପରେ କଣ ହେଲା ତାଙ୍କର କିଛି ମନେ ନାହିଁ । ଆକ୍ରମଣକାରୀଙ୍କ ଗାଡି ହାଇ-ଓ୍ବେ ଦେଇ ଫେରାର ହୋଇଯାଇଥିଲା । ସେ ଆକ୍ରମଣକାରୀଙ୍କୁ ଚିହ୍ନନ୍ତି ନାହିଁ । ତାଙ୍କ ସହଯୋଗୀମାନେ ହୁଏତ ଜାଣିଥାଇପାରନ୍ତି ବୋଲି ଆଜାଦ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜଦଙ୍କ ଗାଡିରେ ଦୁଇଟି ଗୁଳି ବାଜିଛି । ଗୋଟିଏ ଗୁଳି ତାଙ୍କ ଅଣ୍ଟା ନିକଟରୁ ଖସିଯାଇ ଗାଡି ସିଟରେ ବାଜିଛି । ଅନ୍ୟ ଗୁଳିଟି କାରର ପଛ ଡୋରରେ ଲାଗିଛି । ଆଜାଦଙ୍କ ଶୀରରରେ ଗୁଳି ବାଜି ନାହିଁ । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ସାମାନ୍ୟ ଆହତ ହୋଇଛନ୍ତି । ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଛି । ଆଜାଦଙ୍କ ସହ ଥିବା ତାଙ୍କ ସାନ ଭାଇଙ୍କ ସମେତ ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା, ଆକ୍ରମଣକାରୀଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନି । ନିକଟରେ କୌଣସି ସିସିଟିଭି ଲାଗିଥିଲେ, ଫୁଟେଜ ସଂଗ୍ରହ କରିବା ପାଇଁ ପୋଲିସ ଟିମ ପ୍ରୟାସ କରୁଛି । ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଖୁବଶିଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2023, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.