Chhattisgarh Election: 35ବର୍ଷରେ କରିଛନ୍ତି 1ଲକ୍ଷ ମୃତଦେହ ସତ୍କାର, ଏଥର ଲଢୁଛନ୍ତି ବିଧାନସଭା ନିର୍ବାଚନ - ଛତିଶଗଡରେ ନିଆରା ପ୍ରାର୍ଥୀ
ମୃତଦେହ ଦାହ କରୁଥିଲେ, ବିଧାନସଭା ନିର୍ବାଚନ ଲଢିଲେ । କହିଲେ ସମସ୍ତେ ପ୍ରତାରଣ କରୁଛନ୍ତି, ଜିତିଲେ ମୋ ଅଞ୍ଚଳକୁ ବଦଳାଇ ଦେବି । ଅଧିକ ପଢନ୍ତୁ ଛତିଶଗଡର ଏହି ଚର୍ଚ୍ଚିତ ପ୍ରାର୍ଥୀଙ୍କ ବିଷୟରେ


Published : Oct 31, 2023, 10:11 PM IST
ରାୟପୁର: ଛତିଶଗଡରେ କମ୍ପୁଛି ନିର୍ବାଚନୀ ମୈଦାନ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଯେଉଁଥିରେ 70ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବ । ଏହି ପର୍ଯ୍ୟାୟରେ, ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କ ଭଳି ଭେଟେରାନ ମୈଦାନରେ ରହିଛନ୍ତି । ମାତ୍ର ଜଣେ ପ୍ରାର୍ଥୀଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଏମିତି ଜଣେ ବ୍ୟକ୍ତି ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଛନ୍ତି, ତାଙ୍କ ପୃଷ୍ଠଭୂମି ଜାଣିଲେ ଯେକେହି ବି ସାମାନ୍ୟ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ । ସେ କୌଣସି ରାଜନୈତିକ ଦଳ, ବ୍ୟବସାୟ କିମ୍ବା ଅନ୍ୟ କୌଣସି ଆର୍ଥିକ ସ୍ବଚ୍ଛଳ ବର୍ଗରୁ ନୁହନ୍ତି । ସେ ଗତ 35 ବର୍ଷ ଧରି ମୃତଦେହ ସତ୍କାର କରିଆସୁଛନ୍ତି । ହେଲେ ଚଳିତ ଥର ସେ ଜନତାଙ୍କ ସ୍ବର ହେବା ପାଇଁ ପ୍ରତ୍ୟେକ୍ଷ ରାଜନୀତିକୁ ଆସିବାକୁ ଚିନ୍ତା କଲେ । ଏହିପରି ଜଣେ ଚର୍ଚ୍ଚିତ ପ୍ରାର୍ଥୀ ହେଉଛନ୍ତି ବୈଶାଲୀ ନଗର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଶଙ୍କରଲାଲ ସାହୁ ।
କଣ କରନ୍ତି ଶଙ୍କରଲାଲ ସାହୁ :-
ଗତ 35 ବର୍ଷ ଧରି ମୃତଦେହ ସତ୍କାରରେ ଲାଗିଥିବା ଶଙ୍କରଲାଲ ପଛୁଆ ଶ୍ରେଣୀର ବ୍ୟକ୍ତି । ଶଙ୍କରଲାଲଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ କିମ୍ବା ସେ କୈଣସି ନେତାଙ୍କ ସହ ଜଡିତ ନୁହଁନ୍ତି । ହେଲେ ଏମିତି କୋଚିତ ଲୋକେ ମିଳିବେ ଯିଏ, ବୈଶାଳୀ ନଗରରେ ତାଙ୍କୁ ଜାଣନ୍ତି ନାହିଁ । କାରଣ ଏବେ ସୁଦ୍ଧା ପ୍ରାୟ 3 ଦଶନ୍ଧି ମଧ୍ୟରେ ସେ ହଜାର ହଜାର ମୃତଦେହ ବ୍ୟବଚ୍ଛେଦ କରିସାରିଥିବା କୁହାଯାଏ । ତେଣୁ ସେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଜଣାଶୁଣା । କୋଭିଡ ଲହର ସମୟରେ ସେ ପ୍ରାୟ 80 ଅଜଣା କୋଭିଡ ମୃତକଙ୍କ ମୃତଦେହର ସତ୍କାର ମଧ୍ୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:- Sachin-Sara Divorced: ଆଉ ଏକାଠି ନାହାନ୍ତି ସଚିନ-ସାରା, ଖୁଲାସା କଲା ନାମାଙ୍କନ ପତ୍ର
କାହିଁକି ନିର୍ବାଚନ ଲଢିଲେ ଶଙ୍କରଲାଲ : -
ଶଙ୍କରଲାଲଙ୍କ ଅନୁଯାୟୀ, କେବଳ ବୈଶାଳୀ ନଗରରେ ଏକାଧିକ ସମସ୍ୟା ରହିଛି, ଯାହା ସମାଧନ କରାଯାଇ ପାରୁନି । ସମସ୍ତ ନେତା କେବଳ ପ୍ରତିଶୃତି ଦେଇ ପ୍ରତାରଣା କରୁଛନ୍ତି । ତେଣୁ ସେ ନିଜେ ନିର୍ବାଚନ ଲଢିବାକୁ ଯୋଜନା କଲେ । ତେବେ ଯଦି ସେ ସ୍ଥାନୀୟ ସହରବାସୀଙ୍କ ସମର୍ଥନ ପାଇ ବିଜୟୀ ହୁଅନ୍ତି, ତେବେ ସେ ସ୍ଥାନୀୟ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ