ETV Bharat / bharat

ୟୁଟ୍ୟୁବ ମୋବାଇଲ ଆପରେ ନୂଆ ଫିଚର, ଅପଡେଟ ହେବ କମେଣ୍ଟ ସେକ୍ସନ - ଟେକ୍ନୋଲୋଜି ନ୍ୟୁଜ୍‌

ମୋବାଇଲ ଫୋନରେ ୟୁଟ୍ୟୁବ ଆପର ବ୍ୟବହାର ସବୁବେଳେ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ମୁଖ୍ୟତଃ ଏହାର କମେଣ୍ଟ ସେକ୍ସନ ଏକ ବଡ ଟେନସନ । ୟୁଜର୍ସଙ୍କ ଏହି ଅସୁବିଧାକୁ ହୃଦବୋଧ କରି ଗୁଗୁଲ ଖୋଜି ବାହାର କରିଛି ଏହାର ସମାଧାନ ।

new feature to youtube, youtube latest news, technology news, youtube in mobile phone, ୟୁଟ୍ୟୁବରେ ନୂଆ ଫିଚର, ୟୁଟ୍ୟୁବ ଲାଟେଷ୍ଟ ନ୍ୟୁଜ୍‌, ଟେକ୍ନୋଲୋଜି ନ୍ୟୁଜ୍‌, ମୋବାଇଲରେ ୟୁଟ୍ୟୁବ ବ୍ୟବହାର
ୟୁଟ୍ୟୁବ ମୋବାଇଲ ଆପରେ ନୂଆ ଫିଚର, ଅପଡେଟ ହେବ କମେଣ୍ଟ ସେକ୍ସନ
author img

By

Published : Apr 25, 2020, 11:09 PM IST

ହାଇଦ୍ରାବାଦ: ମୋବାଇଲ ଫୋନରେ ୟୁଟ୍ୟୁବ ଆପର ବ୍ୟବହାର ସବୁବେଳେ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ମୁଖ୍ୟତଃ ଏହାର କମେଣ୍ଟ ସେକ୍ସନ ଏକ ବଡ ଟେନସନ । କମେଣ୍ଟ ସେକ୍ସନକୁ ଯିବାକୁ ହେଲେ ୟୁଜର୍ସଙ୍କୁ ପୂରା ଭିଡିଓର ରେକମେଣ୍ଡେସେନ ସ୍କ୍ରୋଲ କରିବା ପରେ ମିଳୁଥିଲା କମେଣ୍ଟ ବକ୍ସ । ହେଲେ ୟୁଜର୍ସଙ୍କ ଏହି ଅସୁବିଧାକୁ ହୃଦବୋଧ କରି ଗୁଗୁଲ ଖୋଜି ବାହାର କରିଛି ଏହାର ସମାଧାନ ।

ଏହି ଆଧାରରେ ଗୁଗୁଲ 3ଟି ନୂଆ ଫିଚର ଆଡ କରିଛି । ପ୍ରଥମତଃ କମେଣ୍ଟ ବକ୍ସର ଲୋକେସନକୁ ବଦଳାଇ ଏହାକୁ ଠିକ ଭିଡିଓର ତଳେ ପ୍ଲେସ କରାଯାଇଛି । ଲାଇକ, ସେୟାର ଓ ଭିୟୁ ଅଲ ସହ ଏବେ କମେଣ୍ଟ ବକ୍ସ ୟୁଜର୍ସଙ୍କୁ ସହଜରେ ସମାନ ସ୍ଥାନରେ ମିଳିପାରିବ । ଦ୍ବିତୀୟରେ ଭିଡିଓ ଥମ୍ବନେଲରେ ମଧ୍ୟ କମ୍ପାନୀ କିଛି ପରିବର୍ତ୍ତନ ଆଣିଛି । ଏହାଦ୍ବାରା ଭିଡିଓରେ ଚ୍ୟାନେଲର ଏକ ସିମ୍ବଲ ରହିବ । ଯେଉଁଥିରୁ ୟୁଜର୍ସ ନିଜ ପସନ୍ଦର କ୍ରିଏଟରଙ୍କ ଭିଡିଓ ସହଜରେ ପାଇପାରିବେ ।

ତୃତୀୟରେ ୱାଚ ନେକ୍ସଟ ଭିଡିଓ ଲିଷ୍ଟରେ ଯୋଡି ହୋଇଛି କିଛି ପରିବର୍ତ୍ତନ । ଏବେ ଭିଡିଓ ସଜେସନ ସହ କମ୍ୟୁନିଟି ପୋଷ୍ଟ, ଟେକ୍ସଟ ଅପଡେଟ, ପୋଲ୍ସ ଓ ଇମେଜେସ ପରି କଣ୍ଟେଣ୍ଟ ମଧ୍ୟ ୟୁଜର୍ସଙ୍କ ସଜେସନରେ ଦେଖାଦେବ । ଯାହା ୟୁଟ୍ୟୁବର ପରିସରକୁ ବଢାଇବା ସହ ଲୋକଙ୍କ ବିଭିନ୍ନ ରକମର କଣ୍ଟେଣ୍ଟ ଯୋଗାଇବାରେ ସାହାଯ୍ୟ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.