ETV Bharat / bharat

ବକରି ଇଦ୍ ପାଇଁ ଯୋଗୀ ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି - guidelines before bakrid

ଇଦ୍-ଉଲ୍-ଆଜହା ମୁସଲମାନମାନଙ୍କର ଏକ ପ୍ରମୁଖ ପର୍ବ ଅଟେ । କୋରୋନା ସଙ୍କଟ ଓ ଚଳିତ ବର୍ଷ ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ଛେଳି ଓ ପଶୁ ବଳିଦାନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ବକ୍ରିଇଦ୍ ପାଇଁ ଯୋଗୀ ସରକାରଙ୍କ  ନୂଆ ଗାଇଡଲାଇନ୍ ଜାରି

author img

By

Published : Jul 22, 2020, 3:54 PM IST

ଲକ୍ଷ୍ନୌ: ଇଦ୍-ଉଲ୍-ଆଜହା ମୁସଲମାନମାନଙ୍କର ଏକ ପ୍ରମୁଖ ପର୍ବ ଅଟେ । କୋରୋନା ସଙ୍କଟ ଓ ଚଳିତ ବର୍ଷ ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ଛେଳି ଓ ପଶୁ ବଳିଦାନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋରୋନା ସଂକ୍ରମଣ ଭୟରେ ସରକାର ସମସ୍ତ ଧାର୍ମିକ ସ୍ଥାନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, କୌଣସି ଧାର୍ମିକ ସ୍ଥାନରେ କୌଣସି ଜନ ସମାବେଶ କରାଯିବା ଉଚିତ୍ ନୁହେଁ।

ଏହା ବ୍ୟତୀତ ଉତ୍ତରପ୍ରଦେଶର ଡିଜିପି ଦେଇଥିବା ଚିଠିରେ ସାମ୍ପ୍ରଦାୟିକ ଭାବନା ମଧ୍ୟ ଉଲ୍ଲେଖ ରହିଛି । ଗୋହତ୍ୟା ସମୟରେ ବି ଅନେକ ସାମ୍ପ୍ରତିକ ବିବାଦ ଦେଖାଦେଇଛି ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ୟୁପି ସରକାର ସମସ୍ତ ଜିଲ୍ଲାର ପୋଲିସଙ୍କୁ କୁହାଯାଇଛି । ଗାଇଡଲାଇନରେ କୁହାଯାଇଛି, ଲୋକଙ୍କୁ ସାମାଜିକ ଦୂରତା ବିଷୟରେ ଅବଗତ କରାଇବା ପାଇଁ ପୋଲିସ ଲାଉଡ ସ୍ପିକର ବ୍ୟବହାର କରିବା ଉଚିତ। ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖନ୍ତୁ । ଯେଉଁମାନେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ଡ୍ରୋନର ବ୍ୟବହାର ପାଇଁ ମଧ୍ୟ କୁହାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବା ଉଚିତ ବୋଲି ଚିଠିରେ ଲେଖାଯାଇଛି । ବେଆଇନ ଗୋରୁ ଚାଲାଣ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ବୋଲି କୁହାଯାଇଛି ।

ବକରି ଇଦ୍ ପର୍ବ 1 ଅଗଷ୍ଟରେ ପାଳନ କରାଯିବ ଓ ଏହା 3 ଦିନ ପାଇଁ ପାଳନ କରାଯାଏ । ଏଭଳି ପରିସ୍ଥିତିରେ ୟୁପିର ଡିଜିପି ପୋଲିସ କର୍ମଚାରୀଙ୍କୁ ସଜାଗ ରହିବାକୁ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.