ETV Bharat / bharat

ବିଶ୍ବର ବଡ ଟୀକାକରଣ ଅଭିଯାନ ଆତ୍ମନିର୍ଭର ଭାରତର ସଂକଳ୍ପ: ଅମିତ ଶାହ

author img

By

Published : Jan 16, 2021, 8:21 PM IST

କୋରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଟିକା ବିକାଶ ପାଇଁ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ହେଉଛି ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପର ପ୍ରତିଫଳନ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 'ନ୍ୟୁ ଇଣ୍ଡିଆ' ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିଛି ।

Amit Shah
ବିଶ୍ବର ବଡ ଟୀକାକରଣ ଅଭିଯାନ ଆତ୍ମନିର୍ଭର ଭାରତର ସଂକଳ୍ପ: ଅମିତ ଶାହା

ନୂଆଦିଲ୍ଲୀ: କୋରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଟିକା ବିକାଶ ପାଇଁ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଟୀକାକରଣ ଅଭିଯାନକୁ ପ୍ରଶଂସା କରି କହିଛନ୍ତି ଯେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ହେଉଛି ଭାରତର ବୈଜ୍ଞାନିକମାନଙ୍କ ଅପାର ସମ୍ଭାବନା ଏବଂ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ।

ଭାରତରେ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନ ଆମର ନେତୃତ୍ବର ଶକ୍ତି ପ୍ରଦର୍ଶନ କରୁଛି ଏବଂ ଏହା ହେଉଛି ବିଶ୍ବ ସ୍ତରରେ ଏକ ନୂତନ ଆତ୍ମନିର୍ଭରଶୀଳ ଭାରତର ଉତଥାନ । ଟିକା ବିକଶିତ କରିଥିବାରୁ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ମାନବିକତା ବିରୋଧରେ ସବୁଠୁ ବଡ ସଙ୍କଟ ଦୂର କରିବା ଦିଗରେ ଜିତିଥିବା କିଛି ଦେଶ ମଧ୍ୟରୁ ଭାରତ ଅନ୍ୟତମ ବୋଲି କହିଛନ୍ତି । ମହାମାରୀ ବିରୋଧରେ ଲଢେଇର ଅଦୃଶ୍ୟ ସଫଳତା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ଏବଂ ଏହା ବିଶ୍ବସ୍ତରରେ ଏକ ନୂତନ ଆତ୍ମନିର୍ଭରଶୀଳ ଭାରତର ଉତଥାନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 'ନୂଆ ଭାରତ' ବିପର୍ଯ୍ୟୟକୁ ସୁଯୋଗ ଏବଂ ଆହ୍ବାନରେ ପରିଣତ କରିଛି। 'ମେଡ୍ ଇନ୍ ଇଣ୍ଡିଆ' ଟିକା ହେଉଛି ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପର ପ୍ରତିଫଳନ।

ସୂଚନାଥାଉକି ପିଏମ ମୋଦି ଶନିବାର କୋଭିଡ -19 ବିରୋଧରେ ଭାରତର ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 3 କୋଟି ଲୋକଙ୍କୁ ଟୀକାକରଣ କରାଯିବ । ଏହା ହେଉଛି ବିଶ୍ବର ସବୁଠାରୁ ବଡ ଟୀକାକରଣ ଅଭିଯାନ ଏବଂ ଏହା ଭାରତର ଶକ୍ତି ଦର୍ଶାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.