ହାଇଦ୍ରାବାଦ: ପ୍ରତିବର୍ଷ ଜୁନ 12ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ସେମାନଙ୍କର ପିଲାଦିନ, ସେମାନଙ୍କର ସାମର୍ଥ୍ୟ, ସମ୍ମାନ ଓ ସେମାନଙ୍କର ଶାରୀରିକ ମାନସିକ ବିକାଶ ପାଇଁ କ୍ଷତିକାରକ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ଆରମ୍ଭ କରି 2002ରେ ବିଶ୍ବସ୍ତରରୁ ଶିଶୁଶ୍ରମକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ଓ ପ୍ରୟାସ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା ।
ଦିନର ବିଶେଷତ୍ବ-
ଏହି ଦିନ ସରକାର, ନିଯୁକ୍ତିଦାତା ଓ ଶ୍ରମିକ ସଂଗଠନ ନାଗରିକ ସମାଜ ତଥା ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରି ଶିଶୁ ଶ୍ରମିକଙ୍କ ଦୁଃଖକୁ ନେଇ ସଚେତନ କରିବାକୁ ଚେଷ୍ଟା କରାଯଏ । ଏହି ଦିନ ମୁଖ୍ୟତଃ ପିଲାମାନଙ୍କର ବିକାଶ ଉପରେ ଧ୍ୟାନ ଦିଆଯାଏ ।
ସମଗ୍ର ବିଶ୍ବରେ ଶହ ଶହ ଶିଶୁ ନିଜ ପରିବାରର ବୋଝ ଉଠାଇବା ପାଇଁ ସ୍କୁଲ ଯିବା ଛାଡି ଦିଅନ୍ତି । ଅନେକ ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହୁଅନ୍ତି । ଏହି ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ନେଇ ଅନେକ ଅନୁଷ୍ଠାନ କାର୍ଯ୍ୟ କରୁଛି । ଏମାନଙ୍କ ଉଦ୍ଦେଶ୍ୟ ଶିଶୁ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା । ଚଳିତ ବର୍ଷ ଭର୍ଚୁଆଲ୍ କ୍ୟାମ୍ପେନିଂରେ ଏହି ଦିବସ ପାଳନ କରାଯିବ । ଏହି ରାଲି Global March Against Child Labour ଓ ଅନ୍ତର୍ଜାତୀୟ ସ୍ତରରେ Child Labour in Agriculture (IPCCLA)ର ଭାଗିଦାରୀରେ ଅନୁଷ୍ଠିତ ହେବ ।
ଦିବସର ଇତିହାସ-
1919ରେ ଇଣ୍ଟରନ୍ୟାସନାଲ ଲେବର୍ ଅର୍ଗାନାଇଜସନ୍(ILO) ପ୍ରତିଷ୍ଠା ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶ୍ରମିକ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା । ଏହି ଅନୁଷ୍ଠାନ ସହ 187ଟି ରାଜ୍ୟ ସାମିଲ ଅଛି । ଏଥି ମଧ୍ୟରୁ 186ଟି ରାଜ୍ୟ ୟୁନାଇଟେଡ୍ ନେସନର । ଏହାପରଠାରୁ ଆଇଏଲଓ ବିଶ୍ବରେ ଥିବା ଶ୍ରମିକଙ୍କ ସମସ୍ୟାକୁ ଉପସ୍ଥାପନା କଲା ।
ଏହାପରେ 2020ରେ 138 ଆନୁଷ୍ଠାନିକ ସଦସ୍ୟ ଓ 180 ଆଇଏଲଓ ସଦସ୍ୟଙ୍କ ଦ୍ବାରା ଶିଶୁ ଶ୍ରମିକଙ୍କ ପାଇଁ ବିଶ୍ବ ଦିବସ ପାଳନ ନେଇ ଘୋଷଣା କରାଗଲା । ଆନୁଷ୍ଠାନିକ ସଦସ୍ୟ 1973 ପରଠାରୁ ଶ୍ରମରେ ନିୟୋଜିତ ଥିବା କମ୍ ବୟସ ଶିଶୁଙ୍କ ସମସ୍ୟା ଉପରେ ଧ୍ୟାନ ଦେଉଥିଲେ । 1999ରେ ଏମାନଙ୍କ ନେଇ ‘Worst Forms of Child Labour Convention’ ଗଠନ କରାଗଲା । ଏହା ଶିଶୁ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । 2020ରେ ଏହାକୁ 21 ବର୍ଷ ପୁରା ହେବ ।
ବିଶ୍ବରେ ପ୍ରତି 10 ଜଣରେ ଜଣେ ଶିଶୁ ଶ୍ରମିକ ଭାବେ କାମ କରୁଛି । 2000 ମସିହାରେ ଶିଶୁ ଶ୍ରମିକଙ୍କ ହାତ 94 ମିଲିୟନ ହ୍ରାସ ପାଇଥିଲା ମାତ୍ର ଏବେ କିଛି ବର୍ଷ ହେବ ଏହା ଦୁଇ ତୃତୀୟାଂଶ ହାରରେ କମୁଛି । ଶ୍ରମ ପାଇଁ ବାଧ୍ୟ, ମାନବ ଚାଲାଣ, ଆଦି ରୋକିବା ହିଁ ବିଶ୍ବ ସ୍ତରୀୟ ପ୍ରୟାସର ଏକ ଭାଗ । ଏଥିରେ ଆତଙ୍କବାଦ ବା ସଂଘର୍ଷ ପାଇଁ ଚୟନ କରାଯାଉଥିବା ଶିଶୁ ମଧ୍ୟ ସାମିଲ ।
ଶିଶୁ ଶ୍ରମିକଙ୍କ ଉପରେ କୋଭିଡ-19ର ପ୍ରଭାବ-
1. ଚଳିତ ବର୍ଷ ଏହି ଦିବସର ଉଦ୍ଦେଶ୍ୟ ହେଲା ଶିଶୁ ଶ୍ରମିକଙ୍କ ଉପରେ ମହାମାରୀର ପ୍ରଭାବ ବିଷୟରେ ଅବଗତ ହେବା । କୋଭିଡ-19 ସ୍ବାସ୍ଥ୍ୟ, ଅର୍ଥନୀତି, ଶ୍ରମ ବଜାରକୁ ସମ୍ପୂର୍ଣ୍ଣ ବ୍ୟାହତ କରିଛି । ଏହା ଲୋକଙ୍କୁ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି ।
2.ଦୁଃଖର ବିଷୟ ଏଥିରେ ଶିଶୁ ଅଧିକରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ସଙ୍କଟ ଅଧିକ ଶିଶୁ ଶ୍ରମିକ ଠିଆ କରିବ । ବର୍ତ୍ତମାନ 152 ମିଲିୟନ ଶିଶୁ ଶ୍ରମିକ ଅଛନ୍ତି । 72 ମିଲିୟନ ଶିଶୁ ସାଂଘାତିକ କାର୍ଯ୍ୟରେ ସାମିଲ ଅଛନ୍ତି । ଏହି ଶିଶୁମାନେ ବର୍ତ୍ତମାନ ଅଧିକରୁ ଅଧିକ ସମସ୍ୟାର ସମ୍ମୁଖିନ ହେବେ ।
3. 2014 ଇବୋଲା ସଂକ୍ରମଣ ସମୟରେ ଘଟିଥିବା ସ୍ଥିତିକୁ ଦେଖିଲେ, କୋଭିଡ-19 ମଧ୍ୟ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇବ ।
ଆଇଏଲଓର ମୂଳ ଲକ୍ଷ୍ୟ ହେଉଛି ଶିଶୁ ଶ୍ରମିକ ଉପରେ ରୋକ ଲଗାଇବା । ଏଥିପାଇଁ ସେ ପ୍ରାୟ 62ଟି ଦେଶରେ କାର୍ଯ୍ୟ କରୁଛି ଓ ଏହି 62ଟି ଦେଶ କୋଭିଡ-19ରେ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛନ୍ତି । ଆଇଏଲଓ ବର୍ତ୍ତମାନ ୟୁନିସେଫ୍ ସହ ମିଶି ଶିଶୁ ଶ୍ରମିକ ସମସ୍ୟା ଉପରେ କାର୍ଯ୍ୟ କରୁଛି ।
ବିଶ୍ବରେ ପ୍ରାୟ 5 ବର୍ଷରୁ 17 ବର୍ଷର ଶିଶୁ ଶ୍ରମରେ ନିୟୋଜିତ ଅଛନ୍ତି । ଆଫ୍ରିକାରେ 72 ମିଲିୟନ ଥିବା ବେଳେ ଏସିଆ ପାସିଫିକରେ 62 ମିଲିୟନ, ୟୁରୋପ ଓ ମଧ୍ୟ ଏସିଆରେ 6 ମିଲିୟନ, ଆମେରିକାରେ 11 ମିଲିୟନ, ଆରବରେ 1 ମିଲିୟନ ଶିଶୁ ଶ୍ରମିକ ଅଛନ୍ତି ।
ଭାରତରେ ଶିଶୁ ଶ୍ରମିକ ସ୍ଥିତି-
2011 ଜନଗଣନା ଅନୁସାରେ, ପ୍ରାୟ 43, 53, 247 ଶିଶୁ ଶ୍ରମିକ ଅଛନ୍ତି । ଏମାନଙ୍କ ବୟସ 5 ବର୍ଷରୁ 14 ବର୍ଷ । ସେମାନଙ୍କ ମଧ୍ୟରୁ 16,89,200 ବାଳିକା ଥିବା ବେଳେ 26,64,047 ବାଳକ ଶ୍ରମିକ ଅଛନ୍ତି । Child Rights and You (CRY)ର ଜନଗଣନା ଡାଟା ଅନୁସାରେ 7ରୁ 14 ବର୍ଷର ପ୍ରାୟ 1.4 ମିଲିୟନ ଶିଶୁ ଶ୍ରମିକ । ଏହାର ଅର୍ଥ ହେଉଛି ପ୍ରତି 3ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ ଶ୍ରମରେ ନିୟୋଜିତ ।