ନୂଆଦିଲ୍ଲୀ: ଦିଲ୍ଲୀରୁ ଅଟାରୀ, ଏହା ପରେ ପାକିସ୍ତାନ ଯାଉଥିବା ସମଝୌତା ଏକ୍ସପ୍ରେସ ପାଇଁ ରେଳ ବିଭାଗ ଓ୍ବାର୍ଲ୍ଡ କ୍ଲାସ ପ୍ଲାଟଫର୍ମ ତିଆରି କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଏବେ ଏହାର ମରାମତି ଖୁବଶିଘ୍ର ଆରମ୍ଭ ହୋଇଯିବ ।
ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସ ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ଟ୍ରେନ । ଏହା ସହିତ ଯୋଡି ହୋଇଥିବା ସମସ୍ତ ଜିନିଷ ଭାରତର ଛବି । ସେନେଇ ଏହି ଟ୍ରେନ ରହିବାପାଇଁ ଷ୍ଟେସନର 1 ନମ୍ବର ପ୍ଲାଟଫର୍ମ ବଛାଯାଇଛି। ଏହି ପ୍ଲାଟଫର୍ମରେ ଲାଗିଥିବା ସମସ୍ତ ଉପକରଣ ପୁରୁଣା ହୋଇଗଲାଣି । ସେଥିପାଇଁ ଷ୍ଟେସନରେ ଅନେକ ପରିବର୍ତ୍ତନ କରାଯିବ ।
ରେଳବାଇ ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ପ୍ଲାଟଫର୍ମର କ୍ୟାମେରାକୁ ବଦଳାଇବା ଦାୟିତ୍ବ ସିଗନାଲିଂ ଓ ଟେଲିକମ ବିଭାଗ ନେଇସାରିଛି । ଆଉ ଏଠାରେ ଲାଗିଥିବା ସମସ୍ତ ଚେୟାରକୁ ବଦଳାଯାଇ ଷ୍ଟିଲ କରାଯିବ । ସେହିଭଳି ଭାବେ ପ୍ଲାଟଫର୍ମର ସମସ୍ତ ପୁରୁଣାରୁ ଅତି ପୁରୁଣା ଉପକରଣକୁ ବଦଳାଯାଇ ନୂତନ ଲଗାଯିବାର ଯୋଜନା କରାଯାଉଛି।