ETV Bharat / bharat

ୟୁପିକୁ ମୋଦିଙ୍କ 5555 କୋଟିର ଉପହାର, 42 ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ ବିଶୁଦ୍ଧ ପାଣି - UP water supply

5555 କୋଟି ଟଙ୍କା ବ୍ୟୟରେ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି 23 ଗ୍ରାମୀଣ ପାଇପ ପାନୀୟ ଜଳ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଏହି ଯୋଜନାର ଶୁଭାରମ୍ଭ । ଅଧିକ ପଢନ୍ତୁ...

ୟୁପିକୁ ମୋଦିଙ୍କ 5555 କୋଟିର ଉପହାର, 42 ଲକ୍ଷଙ୍କ ଘରେ ପହଞ୍ଚିବ ବିଶୁଦ୍ଧ ପାଣି

author img

By

Published : Nov 22, 2020, 4:27 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶକୁ ପାଇପ ଯୋଗେଁ ପାନୀୟ ଜଳର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 5555 କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଆରମ୍ଭ ହୋଇଛି 23 ଗ୍ରାମୀଣ ପାଇପ ପାନୀୟ ଜଳ ଯୋଜନା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଭିଡିଓ କନଫରେନ୍ସ ଜରିଆରେ ଗ୍ରାମୀଣ ପାଇପ ପାନୀୟ ଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଯୋଜନାର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିନ୍ଧ୍ୟାଞ୍ଚଳର ହଜାର ହଜାର ଗାଁରେ ପାଇପ ଯୋଗେଁ ପାନୀୟ ଜଳ ପହଞ୍ଚିବ । ଏହା ଦ୍ବାରା ଏହି ଅଞ୍ଚଳର କୁନି କୁନି ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବ । ସେମାନଙ୍କ ଶାରୀରିକ ଓ ମାନସିକ ବିକାଶର ଅଗ୍ରଗତି ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଯେବେ ଏଠାରେ 3 ହଜାର ଗାଁକୁ ପାଇପ ଯୋଗେଁ ପାଣି ପହଞ୍ଚିବ ସେବେ 40 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଦଳିଯିବ । ଏହାଦ୍ବାରା ପ୍ରତ୍ୟେକ ଘରକୁ ପାଇପ ଯୋଗେଁ ପାଣି ଯୋଜନାକୁ ଶକ୍ତି ମିଳିବ । ପ୍ରତ୍ୟେକ ଘରକୁ ପାଇପ ଯୋଗେଁ ପାନୀୟ ଜଳ ଯୋଗାଣ ଅଭିଯାନକୁ ଏକ ବର୍ଷରୁ ଅଧିକ ସମୟ ବିତିଲାଣି । ଏହି ସମୟ ମଧ୍ୟରେ 2 କୋଟି 60 ଲକ୍ଷରୁ ଉର୍ଦ୍ଧ୍ବ ପରିବାରକୁ ସେମାନଙ୍କ ଘରେ ପାଇପ ଯୋଗେଁ ବିଶୁଦ୍ଧ ପାନୀୟ ଜଣ ପହଞ୍ଚାଯାଇସାରିଛି । ଏଥିରେ ଉତ୍ତରପ୍ରଦେଶର ଲକ୍ଷେରୁ ଅଧିକ ପରିବାର ସାମିଲ ଅଛନ୍ତି ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ କାର୍ଯ୍ୟକ୍ରମସ୍ଥଳୀ ସୋନଭଦ୍ର ଜିଲ୍ଲାର ବିକାଶ ଖଣ୍ଡ ଚତରା ପଞ୍ଚାୟତ କାରମାଓଁରେ ସାମିଲ ହୋଇଥିଲେ । ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିର୍ଜାପୁରରେ 9ଟି ଓ ସୋନଭଦ୍ରରେ 14ଟି ଯୋଜନାର ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏହା ଦ୍ବାରା 42 ଲକ୍ଷ ଗ୍ରାମବାସୀଙ୍କୁ 'ହର ଘର ନଲ୍‌' ଯୋଜନାର ଉପହାର ମିଳିବ । ଜଳ ଶକ୍ତି ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ଯୋଜନାକୁ ସମ୍ପୂର୍ଣ୍ଣ କରି ଗାଁରେ ଜଳସଙ୍କଟ ଦୂର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.