ETV Bharat / bharat

ପ୍ରଥମ ହୋଇପାରେ ହେଲେ ଶେଷ ଉପରାଷ୍ଟ୍ରପତି ନୁହେଁ: କମଲା ହାରିସ - କମଲା ହାରିସ ଶେଷ ଉପରାଷ୍ଟ୍ରପତି ନୁହେଁ

ଆମେରିକାର ନୂତନ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ। ବିଜୟ ପରେ ସେ ଆମେରିକାବାସୀଙ୍କ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ହୋଇପାରେ ହେଲେ ଶେଷ ଉପରାଷ୍ଟ୍ରପତି ନୁହେଁ

author img

By

Published : Nov 8, 2020, 11:54 AM IST

ୱାଶିଂଟନ:ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ । ସେହିଭଳି ଉପରାଷ୍ଟ୍ରପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଏନେଇ କମଲା ହାରିସ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆମେରିକାର ଉପରାଷ୍ଟ୍ରପତି ଭାବେ ସେ ପ୍ରଥମ ମହିଳା ହୋଇପାରନ୍ତି, କିନ୍ତୁ ଶେଷ ନୁହଁନ୍ତି । କାରଣ ଆଜି ତାଙ୍କୁ ଦେଖୁଥିବା ପ୍ରତିଟି ଛୋଟ ଝିଅ ଜାଣିଥିବେ ଏହି ଦେଶରେ ସବୁକିଛି ସମ୍ଭବ । ଉଚ୍ଚାଭିଳାଷି ସହ ସ୍ବପ୍ନ ଦେଖ, ଦୃଢତାର ସହ ଆଗେଇ ଚାଲ ଏବଂ ନିଜକୁ ଏପରି ଦେଖ ଯେପରି ଅନ୍ୟମାନେ କେହି କେବେ ନିଜକୁ ଏପରି ପୂର୍ବରୁ ଦେଖିନଥିବେ । ଆଉ ଏଥିରେ ଆମର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ହାରିସ କହିଛନ୍ତି ।

ଗତ 4 ବର୍ଷର ଯନ୍ତ୍ରଣା, ଦ୍ବନ୍ଦ ଓ ବିଶୃଙ୍ଖଳିତ ଶାସନକୁ ସାମ୍ନା କରିଥିବା ଆମେରିକାବାସୀ ଏଥର ନିର୍ବାଚନରେ ଆଶା, ଏକତା, ବିଜ୍ଞାନ ଓ ସତ୍ୟତା, ଭଦ୍ରତାକୁ ନିର୍ବାଚିତ କରିଛନ୍ତି ବୋଲି ହାରିସ କହିଛନ୍ତି । ଗଣତନ୍ତ୍ର ଗୋଟିଏ ରାଷ୍ଟ୍ର ନୁହେଁ, ବରଂ ଏହାର ଗୋଟିଏ କାର୍ଯ୍ୟାଧାରର ଉଦାହରଣ ଦେଇଛନ୍ତି କମଲା । ଏସୀୟ-ଆମେରିକୀୟଙ୍କୁ ଆମେରିକାବାସୀ ପସନ୍ଦ କରିଥିବା ସେ କହିଛନ୍ତି ।

ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା, ଆମେରିକା ଉପରେ ସାରା ବିଶ୍ବର ନଜର ରହିଥିଲା ବୋଲି କମଲା କହିଛନ୍ତି । କମଲା ନିଜର ଏହି ସଫଳତା ପାଇଁ ତାଙ୍କ ମାଆଙ୍କୁ ଶ୍ରେୟ ଦେଇଛନ୍ତି ।

ସେପଟେ, କମଲା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପୈତୃକ ଗାଁ ତାମିଲନାଡୁର ତ୍ରିରୁଭରୁରେ ଖୁସିର ମାହୋଲ । ରଙ୍ଗୋଲି କରି କମଲାଙ୍କୁ ଜଣାଇଲେ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.