ଅମରାବତୀ: ଟୁଥପେଷ୍ଟ ବଦଳରେ ମୂଷାମରା ଔଷଧ ବ୍ୟବହାର କରି ଗର୍ଭବତୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ପଶ୍ଚିମ ଗୋଦାବରୀ ଜିଲ୍ଲାର ଗାଲାୟାଗୁଦେମ ଗ୍ରାମରେ ଦେଖିବାକୁ ମିଳିଛି ।
9ମାସର ଗର୍ଭବତୀ ଜୁନ 5ରେ ଭୁଲରେ ଟୁଥ୍ ପେଷ୍ଟ ବଦଳରେ ମୂଷାମରା ବ୍ୟବହାର କରିଥିଲେ । ଏହାର 2 ଦିନ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିଲା । କିନ୍ତୁ ତୃତୀୟ ଦିନ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ପରେ ତାଙ୍କୁ ଇଲୁରୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ସୋମବାର ପ୍ରାଣ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ