ETV Bharat / bharat

ତ୍ରିପଲ ତଲାକ ମାମଲା: ସ୍ତ୍ରୀର ନାକ କାଟିଲା ସ୍ବାମୀ

author img

By

Published : Aug 8, 2019, 12:38 PM IST

ସ୍ତ୍ରୀର ନାକ କାଟିଲା ସ୍ବାମୀ । ପୁଣିଥରେ ତ୍ରିପଲ ତଲାକକୁ ନେଇ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସୀତାପୁର ଅଞ୍ଚଳରେ । ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଟ୍ରିପଲ ତଲାକକୁ କେନ୍ଦ୍ର କରି ଉତ୍ତରପ୍ରଦେଶର ସୀତାପୁର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି ।ସ୍ତ୍ରୀର ନାକ କାଟିଲା ସ୍ବାମୀ। ଟ୍ରିପଲ ତଲାକକୁ ଅସ୍ବୀକାର କରିବାରୁ ଜଣେ ମୁସଲିମ ବ୍ୟକ୍ତି ତାର ସ୍ତ୍ରୀର ନାକକୁ କାଟିଦେଇଛନ୍ତି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ନାକକୁ କାଟି ଦେଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥା ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଟ୍ରିପଲ ତଲାକକୁ ନେଇ ଜଣେ ମୁସଲିମ ମହିଳା ଥାନାରେ ମାମଲା ରୁଜୁ କରିଥିଲେ । ପରେ ଏହାକୁ ନେଇ ଉକ୍ତ ସ୍ବାମୀ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାରଧର ମଧ୍ୟ କରୁଥିଲେ । ତେବେ ବୁଧବାର ଏହା ଗୁରୁତର ରୁପ ନେଇଥିଲା । ଥାନାରୁ ମାମଲା ଉଠାଇବା ପାଇଁ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ଜୋର ଜବରଦସ୍ତ କରିଥିଲେ ।

ଏଥିରେ ରାଜି ନ ହେବାରୁ ଉକ୍ତ ସ୍ବାମୀ ଜଣକ ସ୍ତ୍ରୀଙ୍କ ନାକକୁ କାଟିଦେଇଥିଲେ । ପରେ ଏହି ମାମଲା ଥାନାରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରିବା ସହିତ ଦୁଇ ପରିବାରର ସଦସ୍ୟଙ୍କୁ ଥାନାକୁ ଡକାଇଥିଲେ । ପୋଲିସ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଉଦ୍ୟମ କରିଥିଲା । ମାତ୍ର କୌଣସି ସମାଧାନ ନ ବାହାରିବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ମୁସଲିମ ମହିଳାଙ୍କ ସ୍ବାଭିମାନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିକଟରେ ମୁସଲିମ ମହିଳା ବିଲ ତଥା ଟ୍ରିପଲ ତଲାକ ବିଲ ପାରିତ କରିଛନ୍ତି।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.