ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ତ୍ରିପଲ ତଲାକ ମାମଲା । ପରିବା କିଣିବା ପାଇଁ 30ଟଙ୍କା ମାଗିବାରୁ ସ୍ତ୍ରୀକୁ ମିଳିଲା ଛାଡପତ୍ର । ଉତ୍ତରପ୍ରଦେଶର ଗ୍ରେଟର ନଏଡା ଅନ୍ତର୍ଗତ ଦାଦ୍ରି ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।
ସୂଚନା ଅନୁସାରେ, ଜୈନାବ ନାମକ ମହିଳା(30 ବର୍ଷ) ସ୍ବାମୀଙ୍କୁ ପରିବା କିଣିବା ପାଇଁ 30ଟଙ୍କା ମାଗିଥିଲେ । ମାତ୍ର ସ୍ବାମୀ ତାଙ୍କ ସହ ମାଡପିଟ କରିଥିଲେ । କେବଳ ସ୍ବାମୀ ନୁହେଁ ନଣନ୍ଦ, ଦିଅର ଏବଂ ଶାଶୂ ମିଶି ତାଙ୍କୁ ମାଡ ମାରିଥିଲେ । ଏପରିକି ତାଙ୍କୁ ଇଲେକ୍ଟ୍ରିକ ସକ୍ ମଧ୍ୟ ଦେଇଥିଲେ । ଏହାପରେ ତାଙ୍କୁ ତିନି ଥର ତଲାକ କହିବା ସହିତ ଘରୁ ବାହାର କରି ଦେଇଥିଲେ ସ୍ବାମୀ ।
ତେବେ ଏନେଇ ମହିଳା ଜଣଙ୍କ ପୋଲିସରେ ଅଭିଯୋଗ କରିଥଲେ । ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।