ETV Bharat / bharat

ୱିପ୍ରୋ ଚେୟାରମ୍ୟାନଙ୍କ ବଦାନ୍ୟତା, କୋରୋନା କାଳରେ କାଟ କଲେ ଦରମା

କୋରୋନା ସଙ୍କଟକୁ ଆଖି ଆଗରେ ରଖି ୱିପ୍ରୋ ପ୍ରତିଷ୍ଠାତା, ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀ 2020 ରେ ନିଜ ଦରମା କାଟ କରିଛନ୍ତି । ତାଙ୍କ ପୁଅ ତଥା କମ୍ପାନୀ ଅଧ୍ୟକ୍ଷ ରିଷଦ ପ୍ରେମଜୀ ମଧ୍ୟ ତାଙ୍କ ଦରମା ହ୍ରାସ କରିଛନ୍ତି। ନିକଟରେ କମ୍ପାନୀ ଆମେରିକାର ସିକ୍ୟୁରିଟି ଏକ୍ସଚେଞ୍ଜ୍ କମିଶନ (SEC) କୁ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ୱିପ୍ରୋ ଚୋୟାରମ୍ୟାନଙ୍କ ବଦାନ୍ୟତା, କୋରୋନା ସଙ୍କଟ ବେଳେ ନିଜ ଦରମାରୁ କଲେ କାଟ

author img

By

Published : Jun 2, 2020, 10:10 PM IST

ନୂଆଦିଲ୍ଲୀ: ସାରାବିଶ୍ବକୁ ଏବେ ଗ୍ରାସ କରିଛି ମହାମାରୀ କୋରୋନା । ଏହା ବିଶ୍ବ ଅର୍ଥନୀତିରେ ବିଶେଷ ପ୍ରଭାବ ପକାଇଛି । ଏଭଳି ପରିସ୍ଥିତିରେ ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାର, ଛୋଟଠୁ ବଡ଼ ସମସ୍ତେ ସହାୟତାର ହାତ ବଢାଇଛନ୍ତି । ଏପଟେ କୋରୋନା ସଙ୍କଟକୁ ଆଖି ଆଗରେ ରଖି ୱିପ୍ରୋ ପ୍ରତିଷ୍ଠାତା, ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀ 2020 ରେ ନିଜ ଦରମା କାଟ କରିଛନ୍ତି । ତାଙ୍କ ପୁଅ ତଥା କମ୍ପାନୀ ଅଧ୍ୟକ୍ଷ ରିଷଦ ପ୍ରେମଜୀ ମଧ୍ୟ ତାଙ୍କ ଦରମା ହ୍ରାସ କରିଛନ୍ତି। ନିକଟରେ କମ୍ପାନୀ ଆମେରିକାର ସିକ୍ୟୁରିଟି ଏକ୍ସଚେଞ୍ଜ୍ କମିଶନ (SEC) କୁ ଏହି ସୂଚନା ଦେଇଛନ୍ତି । ପ୍ରକୃତରେ, ଆମେରିକାର ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଏହି କମ୍ପାନୀ ତାଲିକାଭୁକ୍ତ ହୋଇଛି, ତେଣୁ ନିୟାମକ ନିୟମ ଅନୁଯାୟୀ ଏହିପରି ପରିବର୍ତ୍ତନଗୁଡିକ SECକୁ ଜଣାଇବାକୁ ପଡେ ।

SECକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜିମ ପ୍ରେମଜୀ 2019 ଆର୍ଥିକ ବର୍ଷରେ ମୋଟ 2,62,054 ଡଲାର (ପ୍ରାୟ 1.96 କୋଟି) ବେତନ ପାଇଥିଲେ, ଯାହାକି ସେ ଚଳିତ ଆର୍ଥିକ ବର୍ଷ ପାଇଁ 1,35,772 ଡଲାର (ପ୍ରାୟ 1.01 କୋଟି) କୁ ହ୍ରାସ କରିଛନ୍ତି । ସେହିଭଳି ଚେୟାରମ୍ୟାନ୍ ରିଷଦ ଗତ ବର୍ଷର 9,87,652 ଡଲାର (ପ୍ରାୟ 7.40 କୋଟି ଟଙ୍କା) ତୁଳନାରେ ଚଳିତ ବର୍ଷ ତାଙ୍କର ମୋଟ ବେତନ ହାରକୁ 6,83,496 ଡଲାର (ପ୍ରାୟ 5.12 କୋଟି ଟଙ୍କା) କୁ ହ୍ରାସ କରିଛନ୍ତି । ଏପରିକି ଅଜିମ ପ୍ରେମଜୀ ତାଙ୍କ ବେତନ ସହ ଜଡିତ କମିଶନକୁ ବି ଛାଡିଛନ୍ତି। ସେହିପରି, ରାଶାଦ ପ୍ରେମଜୀ ପରିବର୍ତ୍ତନଶୀଳ ବେତନ ଏବଂ ଲାଭ ସହ ଜଡିତ କମିଶନ ନେବା ବନ୍ଦ କରି ଦେଇଛନ୍ତି ।

ସାରାବିଶ୍ବରେ ମହାମାରୀ କୋରୋନା ସଙ୍କଟ ସମୟରେ କମ୍ପାନୀର ସ୍ବତନ୍ତ୍ର ନିର୍ଦ୍ଦେଶକ ପାଟ୍ରିକ୍ ଡୁପିଅସ୍ ମଧ୍ୟ ତାଙ୍କର ଚତୁର୍ଥ ତ୍ରୟମାସିକ ବେତନ ଛାଡ଼ିଛନ୍ତି । ଏହି କମିଶନ କମ୍ପାନୀର ଫାଉଣ୍ଡେସନ ୱିପ୍ରୋ କେୟାରରେ ଜମା ହେବ | ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ସଙ୍କଟ ଯୁଗରେ, ବ୍ୟବସାୟ-ଅର୍ଥନୀତିର ବିପୁଳ କ୍ଷତିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଦରମା ହ୍ରାସ କରିଛନ୍ତି, ଅନେକଙ୍କୁ ବଡ଼ ଆକାରରେ ଛଟେଇ କରାଯାଇଛି। କିନ୍ତୁ ୱିପ୍ରୋ ଅଧିକାରୀମାନେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରି ନିଜ ଦରମାରେ ହ୍ରାସ ଘଟାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.