ETV Bharat / bharat

ଯୁଦ୍ଧ ବିମାନକୁ ବଞ୍ଚାଇବ ଇସ୍ରାଏଲର ନୂଆ ଟେକ୍ନୋଲୋଜି - ମିସାଇଲର ଟାର୍ଗେଟକୁ ନଷ୍ଟ କରିବାପାଇଁ ସିମ୍ୟୁଲେଟରର ପ୍ରୟୋଗ କରାଯାଏ

ଯେବେ କୌଣସି ଯୁଦ୍ଧ ବିମାନ ଉପରେ ମିସାଇଲର ଟାର୍ଗେଟ ଲକ କରାଯାଇଥାଏ ସେତବେଳେ ମିସାଇଲ ଇଫ୍ରୋରେଡ ରେସ ମାଧ୍ୟମରେ ଉକ୍ତ ବିମାନର ମାର୍ଗକୁ ଚିହ୍ନଟ କରି ଏହାର ପିଛା କରିଥାଏ । ବିମାନରେ ଲାଗିଥିବା ଯନ୍ତ୍ର ଦ୍ବାରା ଜଣାପଡିଥାଏ ଯେ, ବିମାନକୁ କୌଣସି ମିସାଇଲ ଟାର୍ଗେଟ କରୁଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 23, 2019, 1:19 PM IST

ଡେରାଡୁନ: ଇସ୍ରାଏଲର ସାମରିକ ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନୀ ସିଆଇ ସିଷ୍ଟମ ମିସାଇଲ ସିମ୍ୟୁଲେଟରକୁ ଉତ୍ତରାଖଣ୍ଡରେ ଆୟୋଜିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ(ଡିଆରଡିଓ) ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି । ଏହି ସିମ୍ୟୁଲେଟର ଆକାଶରେ ଯୁଦ୍ଧ ବିମାନକୁ ଟାର୍ଗେଟ କରାଯାଇଥିବା ମିସାଇଲକୁ ନଷ୍ଟ କରିଦେବ । ଇସ୍ରାଏଲ ପକ୍ଷରୁ ଏହି ଯନ୍ତ୍ରର ବ୍ୟବହାର କରାଯାଉଛି ।

ସିଆଇ ସିଷ୍ଟମର ପ୍ରତିନିଧି ଶଶିକାନ୍ତ କହିଛନ୍ତି ଯେ, ଯୁଦ୍ଧ ବିମାନ ଉଡାଣ ଓ ଅବତରଣ ସମୟରେ ତାହା ଉପରେ ମିସାଇଲ ଦ୍ବାରା ଆକ୍ରମଣ କରିବାର ଅତ୍ୟଧିକ ସମ୍ଭାବନା ରହିଥାଏ । ଏହି ସମୟରେ ଆଖପାଖରେ ଥିବା ଶତ୍ରୁ ଅତି ସହଜରେ ଲେଜର ଲାଇଟ ମାଧ୍ୟମରେ ଯୁଦ୍ଧ ବିମାନକୁ ଟାର୍ଗେଟ କରିପାରିବ। ସାମରିକ ଉପକରଣ ଉପରେ ଜ୍ଞାନ ରଖୁଥିବା ଇସ୍ରାଇଲ କମ୍ପାନୀର ପ୍ରତିନିଧି ଶଶିକାନ୍ତ କହିଛନ୍ତି ଯେ, ମିସାଇଲ ସିମ୍ୟୁଲେଟର ଏଭଳି ସମସ୍ତ ଆକ୍ରମଣକୁ ପ୍ରତିହତ କରିଥାଏ ।

ଯେବେ କୌଣସି ଯୁଦ୍ଧ ବିମାନ ଉପରେ ମିସାଇଲର ଟାର୍ଗେଟ ଲକ କରାଯାଇଥାଏ ସେତବେଳେ ମିସାଇଲ ଇଫ୍ରୋରେଡ ରେସ ମାଧ୍ୟମରେ ଉକ୍ତ ବିମାନର ମାର୍ଗକୁ ଚିହ୍ନଟ କରି, ତାହାର ପିଛା କରିଥାଏ । ବିମାନରେ ଲାଗିଥିବା ଯନ୍ତ୍ର ଦ୍ବାରା ଜଣାପଡିଥାଏ ଯେ, ଏହାକୁ କୌଣସି ମିସାଇଲ ଟାର୍ଗେଟ କରିଛି । ଏହାକୁ ନଷ୍ଟ କରିବାପାଇଁ ସିମ୍ୟୁଲେଟରର ପ୍ରୟୋଗ କରାଯାଇଥାଏ ।

ଯେତବେଳେ ବିମାନକୁ କୌଣସି ମିସାଇଲ ଟାର୍ଗେଟ କରିଥାଏ, ସେତେବେଳେ ବିମାନ ଦ୍ବାରା ଆକ୍ରମଣ ସହିତ ଉକ୍ତ ମିସାଇଲ ବାବଦରେ ସମସ୍ତ ତଥ୍ୟ ସିମ୍ୟୁଲେଟର ପର୍ଯ୍ୟନ୍ତ ପଠାଯାଇଥାଏ । ଏହି ମିସାଇଲ ସିମ୍ୟୁଟେଲର ଶତ୍ରୁ ଦ୍ବାରା ପଠାଯାଉଥିବା ଉକ୍ତ ମିସାଇଲ ବାବଦରେ ସମସ୍ତ ସୂଚନା ଏକତ୍ରୀତ କରିଥାଏ । ଏହାସହିତ ସିମ୍ୟୁଲେଟର ତାର ସମସ୍ତ ଫ୍ରିକ୍ୟୁଏନସିକୁ ଏପରି ଏକ ଲେଜର ବୀମ ନିଜ ବିମାନ ଚତୁଃପାର୍ଶ୍ବରେ ସ୍ଥାପିତ କରିଥାଏ, ଯାହାଦ୍ବାରା ମିସାଇଲ ତାର ନିଜ ଟାର୍ଗେଟରୁ ଲକ୍ଷ୍ୟଚ୍ୟୁତ ହୋଇଥାଏ । ଏହି ସମସ୍ତ କାମ କିଛି ସେକେଣ୍ଡ ମଧ୍ୟରେ ହୋଇଥାଏ । ତେବେ ଏହି ମିସାଇଲର ସିମ୍ୟୁଲେଟରର ବ୍ୟବହାର କେବଳ ଇସ୍ରାଏଲ ସେନା କରୁଛି ।

Intro:Body:

Test  5

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.