ETV Bharat / bharat

ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ଟିଏମସିକୁ ହରାଇବା ଲକ୍ଷ୍ୟରେ ବିଜେପି - Will defeat mamata banerjee in assembly elections

ପଶ୍ଚିମବଙ୍ଗରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲାଣି ବିଜେପି । ଟିଏମସିକୁ ହରାଇବା ପାଇଁ ମୁଖ୍ୟ ଲକ୍ଷ୍ୟ ରଖିଛି ବିଜେପି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
author img

By

Published : Mar 9, 2020, 12:28 PM IST

କୋଲକାତା: ରାଜନୀତିରେ ଚାଲିଛି ମହାଲଢେଇ । ବିଜେପି ଓ ଟିଏମସି ହେବେ ମୁହାଁମୁହିଁ । ପଶ୍ଚିମବଙ୍ଗରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ଅଣ୍ଟା ଭିଡୁଛନ୍ତି ଉଭୟ ଦଳ । ଏବେ ଟିଏମସିକୁ ହରାଇବା ସତେଯେପରି ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇଛି । ଏପରି କ୍ଷେତ୍ରରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ଏକ ସାମ୍ବାଦିକ ସମ୍ମିଳନୀ କରି ମମତା ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ କଡ଼ା ଟକ୍କର ଦେଇ ହରାଇବା ଲାଗି ବିଜେପି ସବୁବେଳେ ପ୍ରସ୍ତୁତ ।

‘ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ବିଜେପି ବିଜୟୀ ହେବ ଆଉ ଏଥିଲାଗି ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବର୍ତ୍ତମାନ ସମୟ ଆସିଯାଇଛି ମମତା ସରକାରକୁ ହରାଇବା’ ବୋଲି କହିଛନ୍ତି ରାମ ମାଧବ । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି । ଚଳିତ ମାସ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.