ETV Bharat / bharat

ଅଦନାନୀ ସାମୀଙ୍କ ପିତା ଭାରତ ଉପରେ ବୋମା ପକାଇଥିଲେ: ଦିଗବିଜୟ ସିଂହ

author img

By

Published : Feb 3, 2020, 10:28 AM IST

। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କେନ୍ଦ୍ର ସରକାରଙ୍କୁ ନେଇ ଆଲୋଚନା କରିଥିଲେ । ସେ ଏହାକୁ ନେଇ ଅଦନାନ ସାମୀଙ୍କ ପିତାଙ୍କ ବିଷୟରେ ବୟାନ ଦେଇଥିଲେ । ଅଧିକ ପଢନ୍ତୁ...

adnan-sami padmashri
ଫାଇଲ ଫଟୋ

ହାଇଦ୍ରାବାଦ: ପାକିସ୍ତାନ ବାସିନ୍ଦା ଭାରତୀୟ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବାକୁ ନେଇ ଅନେକ ବିବାଦୀୟ ବୟାନ ଶୁଣିବାକୁ ମିଳୁଛି । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କେନ୍ଦ୍ର ସରକାରଙ୍କୁ ନେଇ ଆଲୋଚନା କରିଥିଲେ । ସେ ଏହାକୁ ନେଇ ଅଦନାନ ସାମୀଙ୍କ ପିତାଙ୍କ ବିଷୟରେ ବୟାନ ଦେଇଥିଲେ । ସେ କହିଥିଲେ, ‘ ଏହି କଳାକାରଙ୍କ ପିତା ପାକିସ୍ତାନ ବାୟୁସେନା ବିମାନର ପାଏଲଟ ଥିବା ସମୟରେ ଭାରତ ଉପରେ ବୋମା ପକାଇଥିଲେ ’ ।

‘ସମ୍ବିଧାନ ବଚାଓ, ଦେଶ ବଚାଓ’ ରାଲିରେ ଦିଗବିଜୟ ସିଂହ ଏହା କହିଥିଲେ । ପାକିସ୍ତାନରୁ ଭାରତ ଆସିଥିବା ଅଦନାନୀ ସାମୀ ଏକ କଳାକାର ତେଣୁ ତାଙ୍କୁ ଭାରତୀୟ ନାଗରିକତା ଦେବା ପାଇଁ କହିଥିଲି ମାତ୍ର ତାଙ୍କୁ ପଦ୍ମଶ୍ରୀ ଦେବା ପାଇଁ ମୁଁ କୌଣସି ଆଲୋଚନା କରିନଥିଲି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଭାରତୀୟ ସେନା ପାଇଁ ଲଢିଥିବା ଆସାମର ସନାଉଲ୍ଲାହଙ୍କ ପାଖରେ ଦସ୍ତାବିଜ ନଥିବାରୁ ତାଙ୍କୁ ଡିଟେନସନ କ୍ୟାମ୍ପରେ ରଖାଯାଇଛି ବୋଲି ସେ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟ୍ରର ବା ଏନଆରସିକୁ ଦିଗବିଜୟ ସିଂହ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ସେ କହିଥିଲେ,‘ କେହି ଦସ୍ତାବିଜ୍ ଦେଖାନ୍ତୁ କି ନ ଦେଖାନ୍ତୁ ମୁଁ କିନ୍ତୁ ନିଜ ଦସ୍ତାବିଜ ଦେଖାଇବି ନାହିଁ ’।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.