ଭାରତର "କଠୋର ଏବଂ ସଠିକ ସମୟରେ" କୋରୋନା ବିରୋଧୀ କାର୍ଯ୍ୟକଳାପକୁ WHOର ପ୍ରଶଂସା - WHO
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ୍ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଓ କୋରୋନାଭାଇରସ୍ ବିରୋଧରେ ଭାରତର କଠୋର ତଥା ସମୟାନୁବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଅଧିକ ପଢ଼ନ୍ତୁ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ୍ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଓ କୋରୋନାଭାଇରସ୍ ବିରୋଧରେ ଭାରତର କଠୋର ତଥା ସମୟାନୁବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ।
କୋରୋନା ସଂକ୍ରମଣ ମୋଟ ରିପୋର୍ଟ ଫଳାଫଳ ବିଷୟରେ କହିବା ହୁଏତ ଶୀଘ୍ର ହୋଇପାରେ, କିନ୍ତୁ ପ୍ରଭାବଶାଳୀ ଢଙ୍ଗରେ ସାମାଜିତ ଓ ଶାରୀରିକ ଦୂରତା, ସୁଗମ କରିବା ପାଇଁ ଏକ ଛଅ ସପ୍ତାହ ଦେଶବ୍ୟାପୀ ଲକଡାଉନ ରହିଛି । ଏହାସହ ଦେଶରେ କୋରୋନାଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ, ଆଇସୋଲେସନ ଏବଂ କୋରୋନା ପଜିଟିଭ ଚିହ୍ନଟ ପରି ଗୁରୁତ୍ବପୂର୍ଣ୍ଣ ଦିଗକୁ ଭାରତ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ପରିଚାଳିତ କରୁଛି ବୋଲି WHO ର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡା.ପୁନମ କ୍ଷେତ୍ରପାଲ ସିଂ କହିଛନ୍ତି ।
ସେ କହିଛନ୍ତି, “ବଡ଼ ଏବଂ ଏକାଧିକ ଚ୍ୟାଲେଞ୍ଜ ସତ୍ତ୍ବେ ଭାରତ ମହାମାରୀ ବିରୋଧରେ ଲଢେଇରେ ଅଦମ୍ୟ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କୋରୋନା ଲଢେଇରେ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ବାସ୍ଥ୍ୟ କର୍ମୀଙ୍କ ପରି ଅନେକଙ୍କ ଯୋଗୁଁ ସମ୍ଭବପର ହୋଇପାରିଛି । ପ୍ରକୃତରେ ପ୍ରତ୍ୟେକେ ନିଜର ସର୍ବୋତ୍ତମ ତଥା ମିଳିତ ଭାବରେ କୋରୋନା ବିରୋଧୀ ଲଢେଇରେ ବିଜୟ ହାସଲ ପାଇଁ ସହଯୋଗ କରିବା ସମୟ ଆସିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଦେଶରେ COVID-19 ରେ ଆଜି ପର୍ଯ୍ୟନ୍ତ ମୋଟ 339 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ସଂକ୍ରମିତ ରୋଗୀଙ୍କ ସଂଖ୍ୟା 10,363 କୁ ବୃଦ୍ଧି ପାଇଛି।