ETV Bharat / bharat

ହନୁମାନ ମନ୍ଦିର ପାଇଁ କୋଟିଏ ଟଙ୍କାର ଜମି ଦାନ କଲେ ମୁସଲିମ ବ୍ୟକ୍ତି - ମୁସଲିମ ବ୍ୟବସାୟୀ

ବେଙ୍ଗାଲୁରୁ ସହର ବାହ୍ୟ ଅଞ୍ଚଳରେ ନିର୍ମିତ ଏକ ହନୁମାନ ମନ୍ଦିରର ବିସ୍ତାର ପାଇଁ ଜଣେ ମୁସଲିମ ବ୍ୟବସାୟୀ ୧୬୩୪ ବର୍ଗଫୁଟ୍‌ ଜମି ଦାନ କରିଛନ୍ତି । ଆଉ ଏହି ଜମିର ମୂଲ୍ୟ ୮୦ ଲକ୍ଷରୁ ନେଇ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଏବେ ଚାରିଆଡ଼ୁ ପ୍ରଶଂସାର ସୁ୍ଅ ଛୁଟୁଛି । ଅଧିକ ପଢନ୍ତୁ...

We need to be united, says Muslim man who donates land worth lakhs for expansion of temple
ହନୁମାନ ମନ୍ଦିର ପାଇଁ ଏକ କୋଟି ଟଙ୍କାର ଜମି ଦାନ କଲେ ମୁସଲିମ ବ୍ୟକ୍ତି
author img

By

Published : Dec 9, 2020, 8:55 AM IST

ବେଙ୍ଗାଲୁରୁ: ଜାତି ଓ ଧର୍ମକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି । ଏହାଦ୍ବାରା ବହୁତ କ୍ଷୟକ୍ଷତି ମଧ୍ୟ ଘଟୁଛି । କିନ୍ତୁ କେତେକ ସ୍ଥାନରେ ଭିନ୍ନ ପରିଲକ୍ଷିତ ହେଉଛି । ଯାହାକି ଜାତି-ଧର୍ମ ପ୍ରସଙ୍ଗ ଉଠାଉ ଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ଶିକ୍ଷା । ସେହିପରି ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ବେଙ୍ଗାଲୁରୁ ସହର ବାହ୍ୟ ଅଞ୍ଚଳରେ ନିର୍ମିତ ଏକ ହନୁମାନ ମନ୍ଦିରର ବିସ୍ତାର ପାଇଁ ଜଣେ ମୁସଲିମ ବ୍ୟବସାୟୀ ୧୬୩୪ ବର୍ଗଫୁଟ୍‌ ଜମି ଦାନ କରିଛନ୍ତି । ଆଉ ଏହି ଜମିର ମୂଲ୍ୟ ୮୦ ଲକ୍ଷରୁ ନେଇ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଏବେ ଚାରିଆଡ଼ୁ ପ୍ରଶଂସାର ସୁ୍ଅ ଛୁଟୁଛି ।

ମାଲ ପରିବହନର ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ଏମଏମଜି ବାଶାଙ୍କ ମତରେ, ଭାଲଗେରାପୁରରେ ତାଙ୍କର ତିନି ଏକରର ଜମି ନିକଟରେ ଏକ ହନୁମାନ ମନ୍ଦିରରେ ସମୟ କ୍ରମେ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କାରଣରୁ ସେଠାରେ ଅନେକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ଟ୍ରଷ୍ଟ ମନ୍ଦିର ବିସ୍ତାରର ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥାଭାବ କାରଣରୁ ମନ୍ଦିରର ବିସ୍ତାର ହୋଇ ପାରୁନଥିଲା । ଏନେଇ ବାଶା ନିଜର ଜମି ଦାନ କରିବାକୁ ଇଚ୍ଛୁକ ଥିବା ହନୁମାନ ମନ୍ଦିର ଟ୍ରଷ୍ଟକୁ ଜଣାଇଥିଲେ । ହେଲେ ମନ୍ଦିରର ଟ୍ରଷ୍ଟ ୧୦୮୯ ବର୍ଗ ଫୁଟ ଜମିର ଆବଶ୍ୟକତା ଥିବା କହିବାରୁ ବାଶା ନିଜ ପରିବାର ସହିତ ଆଲୋଚନା କରି ୧୬୩୪ ବର୍ଗଫୁଟ୍ ଜମି ଟ୍ରଷ୍ଟକୁ ଦାନ କରିଛନ୍ତି । ଏହି ଜମିର ମୂଲ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି । କାରଣ ଏହି ଜମି ଜାତୀୟ ରାଜପଥ ନିକଟରେ ଥିବାରୁ ଏହାର ମୂଲ୍ୟ ଅଧିକ ଥିଲା ।

ଗଣମାଧ୍ୟମ ସହ ଆଲୋଚନା ବେଳେ ବାଶା କହିଛନ୍ତି ଯେ, ହିନ୍ଦୁ ଓ ମୁସଲମାନ ଦୀର୍ଘ ସମୟ ଧରି ଏକ ସଙ୍ଗେ ରହି ଆସିଛନ୍ତି । କିନ୍ତୁ ଆଜି ବିଭାଜନକାରୀ ଖବର ଚର୍ଚ୍ଚାରେ ବିଷୟ ପାଲଟିଛି । ଯଦି ପ୍ରଗତି ଦରକାର ତେବେ ଆମକୁ ଏକ ଦେଶ ଭାବେ ଏକଜୁଟ ହେବାର ଆବଶ୍ୟକତା ରହିଛି । ତେବେ ତାଙ୍କର ଏଭଳି ନିଷ୍ପତ୍ତିକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.