ETV Bharat / bharat

କୋରୋନା ଚିକିତ୍ସା ପାଇଁ ପ୍ରଭାବଶାଳୀ ଔଷଧର ମିଶ୍ରଣ ପାଇଛୁ: ବାଂଲାଦେଶୀ ଡାକ୍ତର

author img

By

Published : May 18, 2020, 2:29 PM IST

କୋରୋନା ଚିକିତ୍ସା ପାଇଁ ସମଗ୍ର ବିଶ୍ବରେ ଏବେ ଔଷଧ ଓ ଟିକା ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି । ଏପରି ସ୍ଥଳେ ବାଂଲାଦେଶୀ ଡାକ୍ତର ଟିମ୍ ଦାବି କରିଛନ୍ତିଯେ, ସେମାନେ କୋରୋନା ଚିକିତ୍ସା ପାଇଁ ପ୍ରଭାବଶାଳୀ ଔଷଧର ମିଶ୍ରଣ ପାଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ ପ୍ରଭାବଶାଳୀ ଔଷଧର ମିଶ୍ରଣ ପାଇଛୁ

ଢାକା: ବାଂଲାଦେଶର ଜଣେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ଦାବି କରିଛନ୍ତି ଯେ, ସେମାନେ କୋରୋନା ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଔଷଧ ମିଶ୍ରଣ ପାଇଛନ୍ତି। ଏହି ଦଳ କହିଛି ଯେ, ଯେତେବେଳେ ଦୁଇଟି ଭିନ୍ନ ଔଷଧ ମିଶ୍ରିତ ହୋଇ ସେମାନଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା, କୋରୋନର ତୀବ୍ର ଲକ୍ଷଣ ଥିବା ଆକ୍ରାନ୍ତ ମାନେ ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇଲେ।

ବାଂଲାଦେଶର ଡାକ୍ତରୀ ଦଳ ଦାବି କରିଛନ୍ତି ଯେ, ଏହି ଭାଇରସର ଔଷଧ ପ୍ରସ୍ତୁତି ନେଇ ବଡ ବଡ ଦେଶରେ ଅନୁସନ୍ଧାନ ଚାଲିଛି । ବାଂଲାଦେଶ ମେଡିକାଲ କଲେଜ ହସ୍ପିଟାଲ (ବିଏମଏଚସି) ର ଚିକିତ୍ସା ବିଭାଗର ମୁଖ୍ୟ ଡାକ୍ତର ଏମଡି ତାରିକ ଆଲାମ କହିଛନ୍ତି ଯେ, କୋରୋନାରେ 60 ଜଣ ସଂକ୍ରମିତଙ୍କ ଠାରେ ଏହି ଔଷଧ ପରୀକ୍ଷା କରାଯାଇଛି ଏବଂ ସେ ସୁସ୍ଥ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ତାରିକ ଆଲାମ କହିଛନ୍ତି ଯେ, ଆଣ୍ଟିବାୟୋଟିକ ଡାକ୍ସିସାଇକ୍ଲିନ୍ ଔଷଧ ସହିତ ଆକ୍ରାନ୍ତଙ୍କୁ ଆଣ୍ଟିପ୍ରୋଟୋଜୋଇଲ ଔଷଧ ଦିଆଯାଇଥିଲା। ଯାହାର ଫଳାଫଳ ବହୁତ ଭଲ ହୋଇଛି । ସେ କହିଛନ୍ତି ଯେ, ମୋର ଟିମ୍ କେବଳ କୋରୋନୋରେ ଆକ୍ରାନ୍ତଙ୍କ ପାଇଁ ଦୁଇଟି ଔଷଧ ନିର୍ଦ୍ଧାରିତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶରେ 20 ହଜାର 995 କୋରୋନା ମାମଲା ରିପୋର୍ଟ ହୋଇଛି। ଏଥିରେ ମୋଟ 314 ଲୋକ ପ୍ରାଣ ହରାଇଛନ୍ତି ।

ତାରିକ ଆଲାମ ଆହୁରି କହିଛନ୍ତି ଯେ ଆମେ ପ୍ରଥମେ ବ୍ୟକ୍ତିକୁ କୋରୋନା ଟେଷ୍ଟ କରିଥାଉ ଏବଂ ଯଦି ପଜିଟିଭ୍ ମିଳିଥାଏ ତେବେ ତାଙ୍କୁ ଏହି ଔଷଧ ଦିଆଯାଇଥାଏ । ସେ କହିଛନ୍ତି ଯେ, ଔଷଧ ଖାଇବା ପରେ ଚାରି ଦିନ ମଧ୍ୟରେ ଅନେକ ଲୋକ ସୁସ୍ଥ ହୋଇଥିଲେ। ଡକ୍ଟର ଆଲାମ କହିଛନ୍ତି ଯେ ଆମେ ଶତପ୍ରତିଶତ ଔଷଧ ଉପରେ ବିଶ୍ୱାସ କରୁଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.