ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ଭାରତର ସ୍ପଷ୍ଟୋକ୍ତି; ‘ଅନ୍ୟ ଦେଶକୁ ଦେବୁନି କଷ୍ଟ’ - ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସମୟରେ କାଶ୍ମୀରକୁ ନେଇ ପୁଣିଥରେ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶ୍ମୀର ଆମ ଆଭ୍ୟନ୍ତରୀଣ ମାମଲା । ଏଥିପାଇଁ କୌଣସି ଅନ୍ୟ ଦେଶକୁ  କଷ୍ଟ ଦେବୁ ନାହିଁ ବୋଲି ମୋଦି କହିଛନ୍ତି ।

ଫଟୋ ସୈଜନ୍ୟ: ଏଏନଆଇ
author img

By

Published : Aug 26, 2019, 5:30 PM IST

Updated : Aug 26, 2019, 5:39 PM IST

ପ୍ୟାରିସ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସମୟରେ କାଶ୍ମୀରକୁ ନେଇ ପୁଣିଥରେ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେ କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେଉନାହୁଁ । ତେଣୁ ଆମେ ମଧ୍ୟ ନିଜ ଅଭ୍ୟନ୍ତରୀଣ ମାମଲାରେ କୌଣସି ଅନ୍ୟ ଦେଶକୁ କଷ୍ଟ ଦେବୁ ନାହିଁ ବୋଲି ମୋଦି କହିଛନ୍ତି । ତେବେ ଟ୍ରମ୍ପ ମଧ୍ୟ ମୋଦିଙ୍କୁ ସମର୍ଥନ କରି ଭାରତ ଉପରେ ଭରସା ପ୍ରକଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଫ୍ରାନ୍ସରେ ଆୟୋଜିତ ଜି-7 ସମ୍ମିଳନୀରେ ସୋମବାର ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଛି । ଏହି ବୈଠକରେ ସେମାନେ କାଶ୍ମୀର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ତେବେ ବୈଠକ ପରେ ଉଭୟ ଦେଶର ନେତା ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଏହି ସମ୍ମିଳନୀରେ ମୋଦି କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗ ରହିଛି । ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାପରେ ମୁଁ ତାଙ୍କ ସହ ଏନେଇ ଆଲୋଚନା କରିଛି । ସେ ମଧ୍ୟ ଏଥିରେ ସହମତି ପ୍ରକାଶ କରି କହିଥିଲେ, ଦାରିଦ୍ର୍ୟତା ଏବଂ ଅନ୍ୟ ସମସ୍ୟା ବିରୁଦ୍ଧରେ ଆମକୁ ଏକତ୍ର ହୋଇ ଲଢିବାର ଆବଶ୍ୟକତା ରହିଛି । ଆମେ ଉଭୟ ଦେଶ ଏହି ପ୍ରସଙ୍ଗ ଉପରେ ଏକତ୍ର ଲଢିବାକୁ ପ୍ରତିବଦ୍ଧ ଥିଲୁ ଆଶା କରୁଛି ବର୍ତ୍ତମାନ ମଧ୍ୟ ଏହା ଜାରି ରହିବ ।

ସେ ଆହୁରି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆମ ସମ୍ପର୍କ ଖୁବ୍‌ ଭଲ ରହିଛି, ଆଗକୁ ମଧ୍ୟ ରହିବ । ଭାରତ-ପାକିସ୍ତାନର ସମସ୍ତ ପ୍ରସଙ୍ଗ ଦ୍ବିପାକ୍ଷିକ ଅଟେ । ଆମେ ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶକୁ କଷ୍ଟ ଦେବାକୁ ଚାହୁଁନୁ ।

ସେପଟେ ମୋଦିଙ୍କ କଥାରେ ସହମତି ପ୍ରକାଶ କରି ଟ୍ରମ୍ପ କହିଛନ୍ତି, ଆମେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣରେ ରହିଛି। ମୁଁ ଆଶା କରୁଛି ମୋଦି କାଶ୍ମୀରରେ ଭଲ କାମ କରିବାରେ ସଫଳ ହେବେ। ଏହା ସହିତ ଭାରତ ଓ ପାକିସ୍ତାନ ଉଭୟ ଏକାଠି ମିଶି ଏହି ସମସ୍ୟାର ସମାଧାନ କରିବେ ବୋଲି ଟ୍ରମ୍ପ ଆଶା ପୋଷଣ କରିଛନ୍ତି ।

ଫ୍ରାନ୍ସରେ ଆୟୋଜିତ ଜି-7 ବୈଠକ ଉପରେ ପୁରା ବିଶ୍ବର ନଜର ରହିଛି । ବୈଶ୍ବିକ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଟ୍ରେଡ ୱାର ପ୍ରସଙ୍ଗକୁ ନେଇ ଜି-7 ର ସମସ୍ତ ସଦସ୍ୟ ଦେଶ ଆଲୋଚନା କରିପାରନ୍ତି ଏବଂ ଏହାର ସମାଧାନର ବାଟ ମଧ୍ୟ ଖୋଜି ପାରନ୍ତି । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ଡିଜିଟାଲ ପରିବର୍ତ୍ତନ ଭଳି ବୈଶ୍ବକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

Intro:Body:

BLANK FOR LINK

Conclusion:
Last Updated : Aug 26, 2019, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.