ETV Bharat / bharat

ଜିଲ୍ଲାପାଳ ଚୁପ: କହୁଛନ୍ତି ନେତା, ଶୁଣୁଛନ୍ତି ଯୁବରାଜ

author img

By

Published : Aug 13, 2019, 12:04 AM IST

ନିଜ ନିର୍ବାଚନମଣ୍ଡଳୀ ପରିଦର୍ଶନରେ ଆସିଛନ୍ତି ରାହୁଲ । ବନ୍ୟାସ୍ଥିତିର ସମୀକ୍ଷା ନେଇ ୱାୟାନାଡ ଜିଲ୍ଲାପାଳଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ୱାଇନାଡ: ନିଜ ନିର୍ବାଚନମଣ୍ଡଳୀ ୱାଇନାଡରେ ରାହୁଲ ଗାନ୍ଧୀ । ଏବେ କେରଳରେ ବନ୍ୟା ସ୍ଥିତି ସାଙ୍ଘାତିକ ରୂପ ଧାରଣ କରିଥିବା ବେଳେ ୱାଇନାଡରେ ସଙ୍ଗୀନ ଅବସ୍ଥା । ଆଉ ଏହି ସମୟରେ ଜନତାଙ୍କ ପାଖରେ କଂଗ୍ରେସ ଯୁବରାଜ । ବିପର୍ଯ୍ୟୟ ସମୟରେ ବଳ ଯୋଗାଇଛନ୍ତି ରାହୁଲ ।

ଭିଡିଓ ସୌଜନ୍ୟ: ଏଏନଆଇ

ନିଜ ନିର୍ବାଚନମଣ୍ଡଳୀ ପରିଦର୍ଶନରେ ଆସିଛନ୍ତି । ବନ୍ୟାସ୍ଥିତିର ସମୀକ୍ଷା ନେଇ ୱାୟାନାଡ ଜିଲ୍ଲାପାଳଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ହେଲେ କାହା ସହ ଏ ସାକ୍ଷାତ ? କିଏ କାହାକୁ ଭେଟିବାକୁ ଆସିଛନ୍ତି ? ଜିଲ୍ଲାପାଳଙ୍କ ସହ ସାକ୍ଷାତ ସମୟରେ ରାହୁଲଙ୍କ ଆଚରଣ କହୁଛି କିଛି VVIPପଣିଆ କଥା । ଦେଖନ୍ତୁ ଭଲ କରି ଏ ଦୃଶ୍ୟ ।

ରାହୁଲଙ୍କୁ ଶୁଣିବା ପାଇଁ ଅନାଇ ବସିଛନ୍ତି ଜିଲ୍ଲାପାଳ ଏ ଆର ଅଜୟ କୁମାର । କଣ ଦାବି କରିବେ ରାହୁଲ । କେଉଁସବୁ ସମସ୍ୟା କଥା କହିବେ । କେଉଁ ଅଞ୍ଚଳରେ କିପରି ଉଦ୍ଧାର କାର୍ଯ୍ୟ ଚାଲିଛି ପଚାରିବେ । ଜଣେ ସାଂସଦ ହିସାବରେ ତାଙ୍କର ପଚାରିବାର ରହିଛି ଅଧିକାର । ଏପରିକି ଜିଲ୍ଲାପାଳଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି । ଏପରି କିଛି ଆଶାରେ ରହିଥିଲେ ଜିଲ୍ଲାପାଳ ।

କିନ୍ତୁ ଏ କଣ ? ୱାୟାନାଡ ସାଂସଦ କାହା ସହ କଥା ହେଉଛନ୍ତି ? ଅପେକ୍ଷା କରିଛନ୍ତି ଜିଲ୍ଲାପାଳ । ଆଉ ଶୁଣୁଛନ୍ତି ରାହୁଲ । ଗପି ଚାଲିଛନ୍ତି କର୍ମୀ । ଜିଲ୍ଲାପାଳ ନୁହେଁ ରାହୁଲଙ୍କୁ ନିର୍ବାଚନମଣ୍ଡଳୀର ତଥ୍ୟ ଦେଉଛନ୍ତି କଂଗ୍ରେସ କର୍ମୀ । ନିଜ କର୍ମୀଙ୍କ ଠାରୁ ଟିକିନିଖି ତଥ୍ୟ ନେଉଛନ୍ତି କଂଗ୍ରେସ ଯୁବରାଜ । ଆଉ ସେପଟେ ଚୁପଚାପ ବସିଛନ୍ତି ଜିଲ୍ଲାପାଳ । ଲାଗୁଛି ସରକାରୀ ଅଧିକାରୀଙ୍କ ଠାରୁ ନେତାଙ୍କୁ ସବୁ ଖବର ମାଲୁମ ।

ପରିସ୍ଥିତି ଏପରି ହେଲା ଯେ ଜିଲ୍ଲାପାଳ ଚୁପଚାପ ବସିବା ଅପେକ୍ଷା ମୋବାଇଲରେ ବ୍ୟସ୍ତ ରହିବାକୁ ବୋଧହୁଏ ଉଚିତ ମଣିଲେ । ସେଥିପାଇଁ ସେ ମଝିରେ ମଝିରେ ମୋବାଇଲ ଦେଖିବାରେ ଲାଗିଲେ । ଆଲୋଚନା ମାତ୍ର ଅଳ୍ପ ସମୟ ଥିଲା । ଆଉ ସେତିକି ସମୟରେ ଜିଲ୍ଲାପାଳଙ୍କ କାମ ଥିଲା କେବଳ ରାହୁଲଙ୍କୁ ସ୍ବାଗତ କରିବା ଓ ହାତ ମିଳାଇ ବିଦାୟ ଦେବା । କଥା ସରିଲା ରାହୁଲ ଜିଲ୍ଲାପାଳଙ୍କୁ ଅନାଇଲେ । କେବଳ ମୁଣ୍ଡ ହଲାଇଲେ ଓ ହାତ ମିଳାଇ ବାହାରିଗଲେ ।

ପୁରା ଆଲୋଚନା କାଳରେ ଗୋଟିଏ ଦୃଶ୍ୟ ସ୍ପଷ୍ଟ ହେଉଥିଲା ଯେ ରାହୁଲଙ୍କ ଯୁବରାଜ ଷ୍ଟାଇଲ । ଯେଉଁ ଠାଣି ଓ ଭଙ୍ଗୀରେ ସେ ଜିଲ୍ଲାପାଳଙ୍କ ସହ କଥା ହେଉଥିଲେ ତାହା ଦେଖି ଲାଗୁଥିଲା ଯେ ସେ ବୋଧହୁଏ ସରକାରୀ କର୍ମଚାରୀ ଓ ସରକାରୀ ବ୍ୟବସ୍ଥା ଉପରେ ବିଶ୍ବାସ କରନ୍ତି ନାହିଁ । କାରଣ ସେ ତାଙ୍କ କର୍ମୀଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ନେଉଥିଲେ । ଥରେ ହେଲେ ବି ଜିଲ୍ଲାପାଳଙ୍କଠାରୁ କୌଣସି ଖବର ନେଇନଥିଲେ । ବୋଧହୁଏ ସେ ଭାବୁଥିଲେ ଯେ ଏହା କଂଗ୍ରେସ ଦଳୀୟ କାର୍ଯ୍ୟାଳୟ । ରାହୁଲଙ୍କ ଯୁବରାଜ ଠାଣୀ ଆଗରେ ଫିକା ପଡିଯାଇଥିଲା ଜଣେ ଆଇଏଏସ ଅଫିସରଙ୍କ କର୍ତ୍ତବ୍ୟବୋଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.