ETV Bharat / bharat

ଗମ୍ଭୀରଙ୍କ ସପକ୍ଷରେ ହରଭଜନ ଓ ଲକ୍ଷ୍ମଣ - new delhi

ଅତିଶି, ମନିଶ ସିସୋଦିଆ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ଅପମାନଜନକ କଥା ଲେଖି ଗମ୍ଭୀର ପାମ୍ପପ୍ଲେଟ ବାଣ୍ଟିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସେପଟେ ଅଭିଯେଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଗମ୍ଭୀର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@GautamGambhir
author img

By

Published : May 10, 2019, 10:13 PM IST

ନୂଆଦିଲ୍ଲୀ: ଗମ୍ଭୀରଙ୍କୁ ମିଳିଲା ପୂର୍ବତନ ଟିମମେଟଙ୍କ ସମର୍ଥନ । କ୍ରିକେଟ ପିଚ ଛାଡି ରାଜନୀତି ପିଚରେ ଇନିଂସ ଆରମ୍ଭ କରୁଥିବା ଥିବା ଗମ୍ଭୀରଙ୍କୁ ଏବେ ଅନେକ ବାଦ ବିବାଦର ସାମ୍ନା କରିବାକୁ ପଡୁଛି । ଏବେ ଗମ୍ଭୀରଙ୍କ ବିରୋଧରେ ପୂର୍ବ ଦିଲ୍ଲୀର ଆପ୍ ପ୍ରାର୍ଥୀ ଅତିଶି ମେରଲେନା ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅତିଶି, ମନିଶ ସିସୋଦିଆ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ଅପମାନଜନକ କଥା ଲେଖି ଗମ୍ଭୀର ପାମ୍ପପ୍ଲେଟ ବାଣ୍ଟିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସେପଟେ ଅଭିଯେଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଗମ୍ଭୀର । ଗୁରୁବାର ଏହି ଘଟଣା ପରେ ଶୁକ୍ରବାର ହରଭଜନ ସିଂ ଓ ଭି.ଭି.ଏସ ଲକ୍ଷ୍ମଣ ଗମ୍ଭୀରଙ୍କୁ ସମର୍ଥନ ଜଣାଇଛନ୍ତି ।

VVS Laxman, Harbhajan Singh, tweet, support, Gautam Gambhir, pamphlet, new delhi, ନୂଆଦିଲ୍ଲୀ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@GautamGambhir

ହରଭଜନ ସିଂହ ଓ ଭି.ଭି.ଏସ ଲକ୍ଷ୍ମଣ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ଗମ୍ଭୀରଙ୍କୁ ସମର୍ଥନ ଜଣାଇଛନ୍ତି । ଲକ୍ଷ୍ମଣ ଲେଖିଛନ୍ତି, "ଗୁରୁବାରର ଘଟଣା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲି । 2 ଦଶନ୍ଧିରୁ ଅଧିକ ସମୟ ହେବ ମୁଁ ଗମ୍ଭୀରଙ୍କୁ ଜାଣିଛି, ମହିଳାଙ୍କ ପ୍ରତି ତାଙ୍କର ସମ୍ନାନ, ତାଙ୍କ ସତ୍ୟତା ଓ ସ୍ବଚ୍ଛ ଚରିତ୍ରର ସାକ୍ଷୀ ମୁଁ ଦେଇ ପାରିବି। "

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ସେପଟେ ହରଭଜନ ଲେଖିଛନ୍ତି ଯେ, ‘‘ଗତକାଲି ଘଟଣା ବିଷୟରେ ଶୁଣି ବିଶ୍ୱାସ ହେଲା ନାହିଁ । ଗମ୍ଭୀରଙ୍କୁ ମୁଁ ବହୁତ ଭଲଭାବେ ଜାଣେ, ସେ ମହିଳାଙ୍କ ବିଷୟରେ ଏପରି ଘୃଣ୍ୟ ମନ୍ତବ୍ୟ କେବେ ଦେଇ ନଥିବେ । ସେ ଜିତନ୍ତୁ ବା ହାରନ୍ତୁ ସେ ବିଷୟ ଅଲଗା, କିନ୍ତୁ ସେ ଏ ସବୁରେ କଦାପି ସମ୍ପୃକ୍ତ ହୋଇ ନଥିବେ ।’’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@harbhajan_singh

ସୂଚନା ଯୋଗ୍ୟ ଯେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆପ ପ୍ରାର୍ଥୀ ଅତିଶି କହିଥିଲେ ଯେ ଗମ୍ଭୀର ତାଙ୍କ ନାଁରେ, ତାଙ୍କ ବାପାଙ୍କ ନାଁରେ ଓ ତାଙ୍କ ପାର୍ଟିର କର୍ମୀଙ୍କ ନାଁରେ ଅନେକ ଅପମାନଜନକ କଥା କହିଛନ୍ତି । ପାମ୍ପପ୍ଲେଟ ପଢ଼ିବା ବେଳେ ଅତିଶି କାନ୍ଦି ପକାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଗମ୍ଭୀର କହିଥିଲେ ସେ ଏପରି କାର୍ଯ୍ୟ କରିନାହାଁନ୍ତି । ଏହାସହ ଆପକୁ ଚ୍ୟାଲେଞ୍ଜ କରି କହିଥିଲେ ଯଦି ମୁଁ ଏହିପରି କାର୍ଯ୍ୟ କରିଥିବା ପ୍ରମାଣିତ ହୁଏ ମୁଁ ଏହିକ୍ଷଣି ରାଜନୀତିରୁ ଇସ୍ତଫା ଦେବି କିନ୍ତୁ ଯଦି ଏହା ପ୍ରମାଣିତ ନହୁଏ ତେବେ କେଜ୍ରିୱାଲ ରାଜନୀତିରୁ ସନ୍ୟାସ ନେବେ କି ? ସୋସିଆଲ ମିଡିଆରେ ମଧ୍ୟ ଗମ୍ଭୀରଙ୍କ ସମର୍ଥନରେ ଅନେକ ଲୋକ ମତ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@VVSLaxman281

ଏହି ଘଟଣା ଏବେ ଆହୁରି ତୀବ୍ରତର ହୋଇଛି । ଗମ୍ଭୀର ଶୁକ୍ରବାର ଆପକୁ ଆଉ ଏକ ଚ୍ୟାଲେଞ୍ଜ କରି କହିଛନ୍ତି, ଯଦି ଆପ ପାର୍ଟି ଓ କେଜ୍ରିୱାଲ ପାମ୍ପପ୍ଲେଟ ମାମଲାରେ ମୋର ସମ୍ପୃକ୍ତି ପ୍ରମାଣିତ କରି ଦିଅନ୍ତି ତେବେ ମୁଁ ନିଜକୁ ଜନସାଧାରଣଙ୍କ ଆଗରେ ଫାସି ଲଗାଇ ଦେବି । କିନ୍ତୁ ପ୍ରମାଣିତ ନ କଲେ କେଜ୍ରୀୱାଲ ରାଜନୀତି ଛାଡିବେ କି ବୋଲି ପୁଣି ପ୍ରଶ୍ନ କରିଛନ୍ତି ।

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.