ETV Bharat / bharat

ବର୍ଷକ ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲା 74 ଚକିଆ ଟ୍ରକ - volvo truck fm12

4ଟି ରାଜ୍ୟ ମଧ୍ୟରେ ପ୍ରାୟ 1700 କିଲୋମିଟର ଦୂରତା ଅତିକ୍ରାନ୍ତ କରି ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଟ୍ରକ । ମହାରାଷ୍ଟ୍ରରୁ ନିଜ ଯାତ୍ରା ଆରମ୍ଭ କରି ଏହି ଟ୍ରକ୍ ଏକ ବର୍ଷରେ ଥିରୁଅନନ୍ତପୁରମରେ ପହଞ୍ଚି ନିଜ ଯାତ୍ରା ଶେଷ କରିଛି । ଏହା ଉପରେ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (VSSC)ର ଆବଶ୍ୟକୀୟ ସ୍ପେସ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ 70 ଟନ ଓଜନ ବିଶିଷ୍ଟ ମେସିନ୍ ଲୋଡ କରାଯାଇଥିଲା ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 20, 2020, 5:47 PM IST

ଥିରୁଅନନ୍ତପୁରମ: ସାଥିରେ 70 ଟନ ଓଜନ, 74 ଚକିଆ ଟ୍ରକ ଏକ ବର୍ଷର ଯାତ୍ରା ପରେ ପହଞ୍ଚିଛି କେରଳରେ । 4ଟି ରାଜ୍ୟ ମଧ୍ୟରେ ପ୍ରାୟ 1700 କିଲୋମିଟର ଦୂରତା ଅତିକ୍ରାନ୍ତ କରି ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଟ୍ରକ । ମହାରାଷ୍ଟ୍ରରୁ ନିଜ ଯାତ୍ରା ଆରମ୍ଭ କରି ଏହି ଟ୍ରକ୍ ଏକ ବର୍ଷରେ ଥିରୁଅନନ୍ତପୁରମରେ ପହଞ୍ଚି ନିଜ ଯାତ୍ରା ଶେଷ କରିଛି । ଏହା ଉପରେ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (VSSC)ର ଆବଶ୍ୟକୀୟ ସ୍ପେସ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ 70 ଟନ ଓଜନ ବିଶିଷ୍ଟ ମେସିନ୍ ଲୋଡ କରାଯାଇଥିଲା ।

74 ଚକିଆ ଟ୍ରକ 70 ଟନ ଓଜନ ମେସିନ
74 ଚକିଆ ଟ୍ରକ 70 ଟନ ଓଜନ ମେସିନ

ଏହି 74 ଚକିଆ Volvo FM12 ଟ୍ରକ ରବିବାର ଥିରୁବନନ୍ତପୁରମରେ ପହଞ୍ଚିଛି । କାର୍ଗୋ କର୍ମଚାରୀମାନେ ଏହା ସହ ପହଞ୍ଚି କହିଛନ୍ତି ଯେ, ସେମାନେ ଗତ ବର୍ଷ ଜୁଲାଇ 8 ରେ ମହାରାଷ୍ଟ୍ରର ନାସିକରୁ ଯାତ୍ରା ଆରମ୍ଭ କରିଥିଲେ । ଚାରିଟି ରାଜ୍ୟ ଦେଇ କେରଳର ଥିରୁଅନନ୍ତପୁରମ ମଧ୍ୟରେ 1700 କିଲୋମିଟର ଦୂରତା ଅତିକ୍ରମ କରିବାକୁ ଏକ ବର୍ଷ ଲାଗିଥିବା କଥା ସେମାନେ କହିଛନ୍ତି ।

ଏହି 74 ଚକିଆ Volvo FM12 ଟ୍ରକ ରବିବାର ଥିରୁବନନ୍ତପୁରମରେ ପହଞ୍ଚିଛି ।

ଟ୍ରକ ରକ୍ଷଣାବେକ୍ଷଣ ପାଇଁ 32 କର୍ମଚାରୀ ସାଥିରେ ରହିଥିବା ଜଣାଯାଇଛି । ଏହା ପ୍ରତିଦିନ ପ୍ରାୟ 5 କିଲୋମିଟର ଯାତ୍ରା କରୁଥିବା କଥା ସେମାନେ କହିଛନ୍ତି ​​।

ଭଲଭୋ ଟ୍ରକରେ ଲଦା ଯାଇଥିବା ମେସିନର ଲମ୍ବ 7.5 ମିଟର ଏବଂ ମୋଟେଇ 6.65 ମିଟର ରହିଛି । ଏହି କାରଣରୁ ଏହାକୁ ଜାହଜରେ ପଠାଇବା ସମ୍ଭବ ନୁହେଁ । ସେଥିପାଇଁ ଏହାକୁ ମହାରାଷ୍ଟ୍ରରୁ କେରଳ ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଭାରି ଓଜନ ହେତୁ ଟ୍ରକ ଗୋଟିଏ ଦିନରେ ଅଧିକ ଦୂରତା ଅତିକ୍ରମ କରିପାରିଲା ନାହିଁ । ଏଭଳି ପରିସ୍ଥିତିରେ ଟ୍ରକରେ କର୍ମଚାରୀଙ୍କ ଦଳ ଯତ୍ନବାନ ହେବାକୁ ପଡୁଥିଲା ଯେ ଏହି କାରଣରୁ ଟ୍ରାଫିକ୍ ଜାମ ଯେପରି ନଉପୁଜୁ ।

74 ଚକିଆ ଟ୍ରକ 70 ଟନ ଓଜନ ମେସିନ
74 ଚକିଆ ଟ୍ରକ 70 ଟନ ଓଜନ ମେସିନ

ମେସିନକୁ ଦଉଡିରେ ବାନ୍ଧି ଟ୍ରକରେ ରଖାଯାଇଥିଲା। ଏହାକୁ ଟାଣିବା ପାଇଁ ଟ୍ରକ ଆଗ ଏବଂ ପଛରେ ଦୁଇଟି ଏକ୍ସେଲ୍ସେ ଲଗାଯାଇଥିଲା । ଉଭୟ ଏକ୍ସେଲ୍ସେ ରେ 32 ଚକ ଥିଲା । ଏକ୍ସେଲ୍ସେ ଗୁଡିକ ଏପରି ଭାବରେ ରଖାଯାଇଥିଲା ଯେ ଯନ୍ତ୍ରର ଓଜନ ଉଭୟ ଏବଂ ସନ୍ତୁଳିତ ହୋଇ ରହିବ । ଏହା ସହିତ ଟ୍ରକ୍ ସହିତ 10 ଚକ ବିଶିଷ୍ଟ ଏକ ପୁଲର ମଧ୍ୟ ସଂଲଗ୍ନ କରାଯାଇଥିଲା । ପୁଲର ନିଜେ ମେସିନ ଲୋଡ ଏକ୍ସେଲ୍ସେକୁ ଆଗକୁ ଟାଣି ନେଉଥିଲା । ରାସ୍ତା ସାରା ମେସିନର ଯତ୍ନ ଉପରେ ସର୍ବାଧିକ ଧ୍ୟାନ ଦିଆଯାଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.