ETV Bharat / bharat

ବିଶାଖାପାଟନମ୍ ଗ୍ୟାସ ଲିକ୍ ଘଟଣା: କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ମାନବାଧିକାର ଆୟୋଗର ନୋଟିସ୍

author img

By

Published : May 7, 2020, 6:59 PM IST

ବିଶାଖାପାଟନମ ଗ୍ୟାସ ଲିକ୍ ଦୁର୍ଘଟଣାରେ ହସ୍ତକ୍ଷେପ କରିଛି ଜାତୀୟ ମାନବାଧିକାର ଆୟୋଗ । ଘଟଣାକୁ ନେଇ ଉଭୟ କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

Vizag gas leak: Human rights commission notice to andhra govt and centre
ବିଶାଖାପାଟନମ୍ ଗ୍ୟାସ ଲିକ୍ ଘଟଣା: କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ମାନବାଧିକାର ଆୟୋଗର ନୋଟିସ୍

ନୂଆଦିଲ୍ଲୀ: ବିଶାଖାପାଟନମ ଗ୍ୟାସ ଲିକ୍ ଦୁର୍ଘଟଣାରେ ହସ୍ତକ୍ଷେପ କରିଛି ଜାତୀୟ ମାନବାଧିକାର ଆୟୋଗ । ଘଟଣାକୁ ନେଇ ଉଭୟ କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ଆୟୋଗ ଉଭୟଙ୍କୁ ଜବାବ ମାଗିବା ସହ ଧନଜୀବନ ନଷ୍ଟ ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 800ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାଛଡା ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ପ୍ରକାଶ ଥାଉ କି, ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ପ୍ରାୟ 30 କିମି ଦୂର ଆର ଆର ଭେଙ୍କଟପୁରମରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଦଜନକ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ କାରଖାନାରୁ ପ୍ରାୟ 3 କିମି ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.