ETV Bharat / bharat

ପୋଲିସ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ, ଉସକାଇଲେ ନକ୍ସଲ - ବିଜେପି ବିଧାୟକ ଭୀମା ମାଣ୍ଡବୀ ହତ୍ୟା

ଛତିଶଗଡ ଦନ୍ତେୱାଡା ଜିଲ୍ଲାର ପୋଟାଳି ଗ୍ରାମରେ ପୋଲିସ କ୍ୟାମ୍ପକୁ ନେଇ ଗ୍ରାମବାସୀମାନଙ୍କ ଆନ୍ଦୋଳନ । ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭାଙ୍କ କହିବାନୁଯାୟୀ ନକ୍ସଲଙ୍କ ସମର୍ଥନରେ ଗ୍ରାମବାସୀମାନେ ଏପରି କରିଥିବା ବେଳେ ଏବେ ପରିସ୍ଥିତି ସ୍ବାଭାବିକ ରହିଛି ।

ପୋଲିସ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ
author img

By

Published : Nov 13, 2019, 10:31 AM IST

ରାୟପୁର: ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂଆ ପୋଲିସ କ୍ୟାମ୍ପକୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ ଘଟଣା । ଦନ୍ତେୱାଡା ଏସପିଙ୍କ କହିବାନୁଯାୟୀ ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ରହିଛି । ଗ୍ରାମବାସୀମାନେ ଏହା ନକ୍ସଲଙ୍କ ଦବଦବାରେ ଆସି ଏପରି କରିଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭା ସୂଚନା ଦେଇଛନ୍ତି ।

ଛତିଶଗଡ ଦନ୍ତେୱାଡା ଜିଲ୍ଲାର ପୋଟାଳି ଗ୍ରାମରେ ଗତକାଲି ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ । କ୍ୟାମ୍ଫକୁ ଗ୍ରାମବାସୀମାନେ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ଟିୟର ଗ୍ୟାସ ମାଡ କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଏହି ଅଞ୍ଚଳ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବରେ ପରିଚିତ । ଗତ ଲୋକସଭା ନିର୍ବାଚନରେ ବିଜେପି ବିଧାୟକ ଭୀମା ମାଣ୍ଡବୀ ଏକ ରାଲି ଆୟୋଜନ କରିଥିଲେ । ଯେଉଁଥିରେ ପୂର୍ବ ଯୋଜନା ଅନୁସାରେ ନକ୍ସଲମାନେ ରାଲିରେ ବୋମା ବିସ୍ଫୋରଣ କରିଥିଲେ । ଫଳରେ ବିଧାୟକଙ୍କ ସହ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ନକ୍ସଲଙ୍କ ସମର୍ଥନରେ ଗ୍ରାମବାସୀମାନେ ଆନ୍ଦୋଳନ କରିଥିବା ପୋଲିସ ସୂଚନା ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.