ରାଞ୍ଚି: 73 ତମ ସ୍ବାଧୀନତା ଦିବସ ପାଳୁଛି ସାରା ଦେଶ । ସବୁଠି ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ତେବେ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଧୋନିଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ଯେଉଁଥିରେ ସେ ସାଜିଛନ୍ତି ଝାନ୍ସିର ରାଣୀ ଲଷ୍ମୀବାଇ ।
1857 ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ସୁତ୍ରପାତ କରିଥିବା ଲଷ୍ମୀବାଇଙ୍କ ବେଶରେ ନିଜକୁ ସଜାଇଥିଲେ ଧୋନିଙ୍କ ଲାଡଲି । ଜିଭାଙ୍କ ସହ ତାଙ୍କ ସାଙ୍ଗମାନେ ମଧ୍ୟ ଗାନ୍ଧୀ, ଭଗତ ସିଂହ, ସୁଭାଷ ବୋଷ, ଆଦି ବିଭିନ୍ନ ସ୍ବାଧୀନତା ସଂଗ୍ରାମୀଙ୍କ ବେଶରେ ଆସି ଫ୍ୟାନ୍ସି ଡ୍ରେସ ପ୍ରଦର୍ଶନ କରିଥିଲେ । ‘ନହ୍ନା ମୁନ୍ନା ରାହୀ ହୁଁ ଦେଶ କା ସିପାହୀ ହୁଁ’ ଗୀତରେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ ସଭିଁଏ ।
ତେବେ ଜିଭାଙ୍କ ଏହି ଫଟୋ ଓ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଆଗରୁ ମଧ୍ୟ ଜିଭାଙ୍କ ଅନୋକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।