ETV Bharat / bharat

କୋରୋନାକୁ ହରାଇ ସୁସ୍ଥ ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ - ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ମହାମାରୀ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ସେ କିଛି ଦିନ ପାଇଁ ଏବେ ହୋମ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

କୋରୋନାକୁ ହରାଇ ସୁସ୍ଥ ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

author img

By

Published : Oct 12, 2020, 6:08 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ନାଇଡୁଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ 29 ସେପ୍ଟେମ୍ବରରେ ଉପରାଷ୍ଟ୍ରପତି କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

71 ବର୍ଷିୟ ଭେଙ୍କେୟାଙ୍କ ନିକଟରେ କୌଣସି କୋରୋନା ଲକ୍ଷଣ ନଥିବା ବେଳେ ସେ ସୁସ୍ଥ ଥିଲେ । ତେବେ କୋରୋନାରୁ ସୁସ୍ଥ ହେବା ପରେ ସେ କିଛି ଦିନ ପାଇଁ ଏବେ ହୋମ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି ।

ଉପରାଷ୍ଟ୍ରପତିଙ୍କ ସଚିବାଳାୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ଏମ୍ସରେ କରାଯାଇଥିବା RT-PCR ଟେଷ୍ଟ ଅନୁଯାୟୀ ଉଭୟ ଉପରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଉଷା ନାଇଡୁ କୋଭିଡ ନେଗେଟିଭ ଚିହ୍ନଟ ହୋଇଛନ୍ତି ।

ନାଇଡୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶୀଘ୍ର ନିଜ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା କରାଯାଉଛି । ତେବେ ଆରୋଗ୍ୟ ନେଇ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପରାଷ୍ଟ୍ରପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.