ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ପକ୍ଷରୁ ବଡ ଆଶ୍ବସ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ହେବାକୁ ଥିବା ଟ୍ରଷ୍ଟ ପାଇଁ ଅସହଯୋଗ କରିବନି ଭିଏଚପି । କେନ୍ଦ୍ର ସରକାର ଗଠନ କରିଥିବା ଟ୍ରଷ୍ଟକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏନେଇ ଭିଏଚପି ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାରଙ୍କ ଉପରେ ଭରସା ଅଛି । ଯେଉଁ ଟ୍ରଷ୍ଟ ଗଠିତ ହେବ ତାହା ସର୍ବମାନ ଟ୍ରଷ୍ଟ ହେବ । ଆଉ ଟ୍ରଷ୍ଟ ମାଧ୍ୟମରେ ରାମଲଲ୍ଲାଙ୍କ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇ ଆସିଥିଲା ବିଶ୍ବ ହିନ୍ଦୁ ପରିଷଦ । ଆମକୁ ମନ୍ଦିରରେ ପୂଜା ଅଧିକାର ଆବଶ୍ୟକତା ନାହିଁ । ରାମ ମନ୍ଦିର ନିର୍ମାଣ ପରେ ତାହା ଉପରେ ଯେପରି କୌଣସି ଲୋକଙ୍କ ପ୍ରାଧାନ୍ୟ ନ ଚାଲେ ସେଥିପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଭିଏଚପି କହିଛି ।