କୋଲକାତା: ଚଳିତ ମାସ 24 ତାରିଖରେ ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ଦେଶବ୍ୟାପୀ 500 ଶୋଭାଯାତ୍ରାର ଆୟୋଜନ କରିବ। ଏହି ଶୋଭାଯାତ୍ରା ପାଖାପାଖି ପଶ୍ଚିମବଙ୍ଗର 15 ଶହଟି ସ୍ଥାନରେ ଆୟୋଜିତ ହେବ ସଙ୍ଗଠନ ପକ୍ଷରୁ ଜଣାପଡ଼ିଛି ।
ଏହି ପବିତ୍ର ପର୍ବକୁ ଭିଏଚପି ତିନି ଦିନ ଧରି ପାଳନ କରିବ। ଆସନ୍ତା 23 ତାରିଖରୁ ଆରମ୍ଭ କରି 25 ତାରିଖ ପର୍ଯ୍ୟନ୍ତ ଏହାକୁ ପାଳନ କରାଯିବ । ଏନେଇ ମତ ରଖି ଭିଏଚିପି ମୁଖପାତ୍ର ସୌରିଷ ମୂଖାର୍ଜୀ କହିଛନ୍ତି କି ଦଳ ପକ୍ଷରୁ ପାଖାପାଖି 15ଶହଟି ସ୍ଥାନରେ ପୂଜା କରାଯିବାର ଯୋଜନ ରହିଛି । ଏହା ଗତ ବର୍ଷ ତୁଳନା ଦ୍ବିଗୁଣିତ ରହିଛି । ଗତବର୍ଷ 7 ଶହ ସ୍ଥାନରେ ଆୟୋଜନ ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ଗତବର୍ଷ 200ଟି ଶୋଭାଯାତ୍ରା ବାହାରିଥିବା ବେଳେ ଏବର୍ଷ ଏହା 500କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି କି ଆମର ଏହି ଶୋଭାଯାତ୍ରା ବିଶେଷ କରି ଗ୍ରାମାଞ୍ଚଳରେ ଆୟୋଜନ କରାଯିବ। ହିନ୍ଦୁ ସମାଜର ଏକତା ବଜାୟ ରଖିବା ଏହି ଶୋଭାଯାତ୍ରାର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଥିଲେ । ଏଥିପାଇଁ ଭିଏଚପି ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାର ସୂଚନା ରହିଛି । ଏହା ସହିତ ଧାର୍ମିକ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିବା ସେ କହିଛନ୍ତି ।