ETV Bharat / bharat

ଦିଲ୍ଲୀ ପୋଲିସକୁ ପିପିଇ କିଟ୍, ଫେସ୍ କଭର ବାଣ୍ଟିଲା ଭିଏଚପି - ଦିଲ୍ଲୀ ପୋଲିସକୁ ପିପିଏ କିଟ୍ ବାଣ୍ଟିଲା ଭିଏଚପି

ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଦିଲ୍ଲୀ ପୋଲିସଙ୍କୁ ପର୍ସନାଲ ପ୍ରୋଟେକସନ ଇନଷ୍ଟ୍ରୁମେଣ୍ଟ (ପିପିଇ) କିଟ୍ ବଣ୍ଟନ କରିଛି । ଭିଏଚପି ବୁଧବାର ଦିଲ୍ଲୀ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟରେ 200 ପିପିଏ କିଟ୍, 500 ଫେସ୍ ସିଲ୍ଡ ଏବଂ 500 ସାନିଟାଇଜର୍ ବଣ୍ଟନ କରିଛି । ଅଧିକ ପଢନ୍ତୁ...

ଭିଏଚପି
ଭିଏଚପି
author img

By

Published : May 7, 2020, 12:01 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଦିଲ୍ଲୀ ପୋଲିସଙ୍କୁ ପର୍ସନାଲ ପ୍ରୋଟେକସନ ଇନଷ୍ଟ୍ରୁମେଣ୍ଟ (ପିପିଇ) କିଟ୍ ବଣ୍ଟନ କରିଛି । ଭିଏଚପି ବୁଧବାର ଦିଲ୍ଲୀ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟରେ 200 ପିପିଏ କିଟ୍, 500 ଫେସ୍ ସିଲ୍ଡ ଏବଂ 500 ସାନିଟାଇଜର୍ ବଣ୍ଟନ କରିଛି।

ରାଜପୁର ରୋଡ ସ୍ଥିତ ଦିଲ୍ଲୀ ପୋଲିସ ଡେପୁଟି କମିଶନର ଦେବତୋଷ କୁମାର ସିଂ ଏହି ବିଶେଷ ପଦକ୍ଷେପ ପାଇଁ ବିଶ୍ବ ହିନ୍ଦୁ ପରିଷଦକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀ ପୋଲିସର କୋରୋନା ଯୋଦ୍ଧାମାନେ ଏହି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିବେ ।

ଏହି ଅବସରରେ ଭିଏଚପିର ଦିଲ୍ଲୀ ପ୍ରଦେଶର ସିଇଓ ଭାଗିଶ ଇସର କହିଛନ୍ତି, "ଦିଲ୍ଲୀ ପୋଲିସର କୋରୋନା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ । ଦିନରାତି ପରିଶ୍ରମ କରି ସେମାନେ ଆମ ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି । ବିଶ୍ବ ହିନ୍ଦୁ ପରିଷଦର ପରବର୍ତ୍ତୀ ଉଦ୍ୟମ ସ୍ବରୁପ ଆମେ ସେମାନଙ୍କ ଏବଂ ସେମାନଙ୍କ ପରିବାର ଦାୟିତ୍ବ ଗ୍ରହଣ କରିବୁ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ଭିଏଚପି ଦିଲ୍ଲୀର ଅଭାବଗ୍ରସ୍ତ ଲୋକଙ୍କ ମଧ୍ୟରେ ଖାଦ୍ୟ ଏବଂ ଜୀବନ ରକ୍ଷାକାରୀ ସାମଗ୍ରୀ ବଣ୍ଟନ କରୁଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.