ଲକ୍ଷ୍ନୌ: ସମୟ ପରିବର୍ତ୍ତନକୁ ବିରୋଧ କଲେ ପରିବା ବେପାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର କ୍ୟାଣ୍ଟ ଥାନା ନିକଟସ୍ଥ ଲହ୍ମେ ପରିବା ମଣ୍ଡି ଖୋଲିବା ଏବଂ ବନ୍ଦ କରିବା ସମୟ ପରିବର୍ତ୍ତନକୁ ନେଇ ପରିବା ବେପାରୀ ମାନେ ପରିବା ଫୋପାଡି ସରକାରଙ୍କ ବିରୋଧ କରିଛନ୍ତି । ପରିବା ବେପାରୀଙ୍କ କହିବା ଅନୁଯାୟୀ ଯେଉଁଭଳି ଭାବେ ପରିବା ମଣ୍ଡି ଭୋର ସମୟରେ ଖୋଲାଯାଏ ସେହି ସମୟରେ ହିଁ ଖୋଲିବା ଆବଶ୍ୟକ । ଯାହାଫଳରେ ପରିବା ବେପାରୀ ମାନଙ୍କୁ ସୁବିଧା ମିଳିବ ।
ସୂଚନା ଅନୁଯାୟୀ, ତେବେ ସୋମବାର ସରକାରଙ୍କ ବିରୋଧ କରିବାକୁ ଯାଇ ପରିବା ବେପାରୀମାନେ ମଣ୍ଡିକୁ ବିକିବା ପାଇଁ ଆଣିଥିବା ସମସ୍ତ ପରିବାକୁ ରାସ୍ତାରେ ଫୋପାଡିବା ଆରମ୍ଭ କରିଥିଲେ । ଖବର ପାଇ ତୁରନ୍ତ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପରିବା ବେପାରୀଙ୍କୁ ବୁଝାଇବାକୁ ଲାଗିଥିଲେ ।
ତେବେ ଏହି ଘଟଣାକୁ ନେଇ ଅଧିକାରୀଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ପରିବା ମଣ୍ଡିର ସମୟ ପରିବର୍ତ୍ତନକୁ ନେଇ ବେପାରୀମାନେ ବିରୋଧ କରୁଛନ୍ତି । କିନ୍ତୁ କୋରୋନା ଭାଇରସ ଭଳି ମହାମାରୀ ସମୟରେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ଏଥିସହ ଅଧିକାରୀ କହିଛନ୍ତି ସମୟ ନିର୍ଦ୍ଧାରଣ କରିବା ପାଇଁ ଆମେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସୂଚନା ଦେଇସାରିଛୁ। ତେବେ ବର୍ତ୍ତମାନ ପରିବା ବେପାରୀଙ୍କ ଅନୁଯାୟୀ ସମୟ ପରିବର୍ତ୍ତନ କରାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ