ETV Bharat / bharat

ମନୁଷ୍ୟ-ପଶୁ ବିବାଦ ଘଟଣା: ଉତ୍ତରାଖଣ୍ଡର 22 ଜଣଙ୍କ ମୃତ୍ୟୁ

ଏବେସୁଦ୍ଧା ମନୁଷ୍ୟ-ପଶୁ ବିବାଦ ଘଟଣାରେ ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

author img

By

Published : Sep 14, 2020, 10:16 PM IST

ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ
ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ

ଡେରାଡୁନ: ମନୁଷ୍ୟ-ପଶୁ ବିବାଦ ଘଟଣା ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗ ଏବଂ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହି ସଙ୍କଟକୁ ଦୂର କରିବା ପାଇଁ ଜଙ୍ଗଲ ବିଭାଗ ଅନେକ ପଦକ୍ଷେପ ନେଇଛି । କିନ୍ତୁ ଏହାର ପ୍ରଭାବ ଦିନକୁ ଦିନ ଉଭାନ ହେବା ପରି ମନେହେଉଛି । କାରଣ ବର୍ଷକୁ ବର୍ଷ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡିଛି । ଚଳିତ ବର୍ଷର ସଂଖ୍ୟା ବିଶେଷ ଭାବରେ ଉଦବେଗଜନକ ଅଟେ । ଏବେସୁଦ୍ଧା ମନୁଷ୍ୟ-ପଶୁ ବିବାଦ ଘଟଣାରେ ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ
ଉତ୍ତରାଖଣ୍ଡର 22 ଜଣ ଲୋକଙ୍କର ମୃତ୍ୟୁ

ମାନବ-ପଶୁ ବିବାଦର ଘଟଣାକୁ କମ କରିବାକୁ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ତେବେ କୋରୋନା ମହାମାରୀ କାରଣରୁ ଜୁଲାଇ ମାସରେ ମନୁଷ୍ୟ-ପଶୁ ବିବାଦର କମ ଘଟଣା ସାମ୍ନାକୁ ଆସିଛି ।

ତେବେ ଉତ୍ତରାଖଣ୍ଡ କେବଳ ଏକ ପାହାଡ଼ିଆ ରାଜ୍ୟ ନୁହେଁ ବରଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ରାଜ୍ୟ ଅଟେ । ବର୍ତ୍ତମାନ ରାଜ୍ୟର 70 ପ୍ରତିଶତ ଜମି ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇଛି । ଏହି କାରଣରୁ ସମସ୍ତ ପାହାଡ଼ିଆ ଅଞ୍ଚଳରେ ବନ୍ୟଜନ୍ତୁ ରହୁଛନ୍ତି । ଅନେକ ଥର ବହୁ ପଶୁ ଜନବସତି ମୁହାଁ ହୋଇଥାନ୍ତି । ଫଳରେ ଲୋକମାନେ ପଶୁଙ୍କ ଉପରକୁ ଆକ୍ରମଣ କରିଥାନ୍ତି । ଫଳରେ ମାନବ-ପଶୁ ସଂଘର୍ଷ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.