ETV Bharat / bharat

NBA ମ୍ୟାଚ ଦେଖିବାକୁ ଭାରତ ଆସିବେ ଟ୍ରମ୍ପ !

author img

By

Published : Sep 23, 2019, 5:32 AM IST

Updated : Sep 23, 2019, 6:47 AM IST

ଖୁବ ଶୀଘ୍ର ମୁମ୍ବାଇରେ NBA ବାସ୍କେଟ ବଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଯଦି ପ୍ରଧାନମନ୍ତ୍ରୀ ମୋଦି ମତେ ନିମନ୍ତ୍ରଣ କରନ୍ତି ତେବେ ମୁଁ ଆସିପାରେ । ହାଉଡି ମୋଦି କାର୍ଯ୍ୟକ୍ରମରେ 50 ହଜାର ଲୋକଙ୍କୁ ସମ୍ବୋନ୍ଧିତ କରି କିଛି ଏପରି କହିଛନ୍ତି ଟ୍ରମ୍ପ ।

ଫଟୋ ସୌଜନ୍ୟ: ଏଏନଆଇ

ୱାସିଂଟନ: ଖୁବ ଶୀଘ୍ର ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିାକର ହୋଷ୍ଟନରେ ଆୟୋଜିତ ହୋଇଥିବା 'ହାଉଡି ମୋଦି' କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଟ୍ରମ୍ପ । ଖୁବ ଶୀଘ୍ର ମୁମ୍ବାଇରେ ଏନବିଏ ବାସ୍କେଟ ବଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଯଦି ପ୍ରଧାନମନ୍ତ୍ରୀ ମୋଦି ମତେ ନିମନ୍ତ୍ରଣ କରନ୍ତି ତେବେ ମୁଁ ଆସିପାରେ । ସାବଧାନ ରୁହ, ମୁଁ ଆସିପାରେ ବୋଲି ମୋଦିଙ୍କୁ ଇଙ୍ଗିତ କରି କହିଛନ୍ତି ଟ୍ରମ୍ପ ।

ଆମେରିକା ଟେକ୍ସାସର ହୋଷ୍ଟନରେ ଆୟୋଜିତ 'ହାଉଡି ମୋଦି' କାର୍ଯ୍ୟକ୍ରମରେ 50 ହଜାର ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି ପିଏମ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିସମୟରେ ଟ୍ରମ୍ପ ଆସନ୍ତା ମାସରେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏନବିଏ ବାସ୍କେଟବଲ ମ୍ୟାଚ ବିଷୟରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ, ଖୁବଶୀଘ୍ର ଭାରତୀୟଙ୍କୁ ଏନବିଏ ବାସ୍କେଟବଲର ସମସ୍ତ ଉପକରଣ ମିଳିଯିବ । ତେବେ ପ୍ରଥମ ଏନବିଏ ମ୍ୟାଚ ଦେଖିବାକୁ ଲୋକମାନେ ଏକତ୍ରିତ ହେବେ। ଏଥିରେ ମୁଁ ବି ସାମିଲ ହେବାକୁ ଚାହୁଁଛି । ଯଦି ପିଏମ ମୋଦି ମତେ ନିମନ୍ତ୍ରଣ ଦିଅନ୍ତି ତେବେ ମୁଁ ବି ଆସିପାରେ ବୋଲି କହିଛନ୍ତି ଟ୍ରମ୍ପ । କ'ଣ ମୁଁ ଏହି ମ୍ୟାଚ ଦେଖିବାକୁ ଆସିପାରିବି ବୋଲି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ସେ ।

ସୂଚନାଯୋଗ୍ୟ୍ ଯେ, ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ କେବେ ଭାରତ ଗସ୍ତରେ ଆସିନାହାନ୍ତି । ଯଦି ସେ ଏନବିଏ ମ୍ୟାଚ ଦେଖିବାକୁ ମୁମ୍ବାଇ ଆସନ୍ତି ତେବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ ।

Intro:Body:

xsb

Conclusion:
Last Updated : Sep 23, 2019, 6:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.