ETV Bharat / bharat

ୟୁପିରେ ୱେବସାଇଟ ଜରିଆରେ ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର, ଏତଲା ଦାଏର - ଉତ୍ତରପ୍ରଦେଶ ହିଂସା ଷଡଯନ୍ତ୍ର

କିଛି ସଙ୍ଗଠନ ଉତ୍ତରପ୍ରଦେଶରେ ଶାନ୍ତି ଭାଙ୍ଗିବା ସହ ହିଂସା ସୃଷ୍ଟି ପାଇଁ ଷଡଯନ୍ତ୍ର କରିଥିବା ଖୁଲାସା କରିଛି ପୋଲିସ । ଉତ୍ତରପ୍ରଦେଶ ପୋଲିସ 'justiceforhathrasvictime' ନାଁରେ ଏକ ୱେବସାଇଟ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ଅଧିକ ପଢନ୍ତୁ...

ୟୁପିରେ ୱେବସାଇଟ ଜରିଆରେ ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର, ଏତଲା ଦାଏର

author img

By

Published : Oct 5, 2020, 6:12 PM IST

ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ଗୋଟିଏ ପକ୍ଷେ ସାରା ଦେଶରେ ଆକ୍ରୋଶର ମାହୋଲ ରହିଥିବା ବେଳେ ଅନ୍ୟପକ୍ଷେ ହିଂସା ଷଡଯନ୍ତ୍ର ନେଇ ସାମ୍ନାକୁ ଆସିଛି ବଡ ସୂଚନା । କିଛି ସଙ୍ଗଠନ ଉତ୍ତରପ୍ରଦେଶରେ ଶାନ୍ତି ଭାଙ୍ଗିବା ସହ ହିଂସା ସୃଷ୍ଟି ପାଇଁ ଷଡଯନ୍ତ୍ର କରିଥିବା ଖୁଲାସା କରିଛି ପୋଲିସ । ଏହାକୁ ନେଇ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆ ଉପରେ ରଖିଛି ତୀକ୍ଷ୍ଣ ନଜର ।

ୟୁପିରେ ୱେବସାଇଟ ଜରିଆରେ ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର, ଏତଲା ଦାଏର
ୟୁପିରେ ୱେବସାଇଟ ଜରିଆରେ ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର, ଏତଲା ଦାଏର

ଉତ୍ତରପ୍ରଦେଶ ପୋଲିସ 'justiceforhathrasvictime' ନାଁରେ ଏକ ୱେବସାଇଟ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୱେବସାଇଟ ତିଆରି କରି ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ପୋଲିସ ବିଭାଗ ପକ୍ଷରୁ ୱେବସାଇଟ ବିଷୟରେ ସୂଚନା ପାଇବା ପରେ ଏହାକୁ ବନ୍ଦ କରିଦିଆଯାଇଛି ।

ୱେବସାଇଟରେ ବିଭ୍ରାନ୍ତିକର ତଥ୍ୟ ସହିତ ଲୋକଙ୍କୁ ଉତ୍ତେଜନା ଓ ହିଂସା କରିବାକୁ ଉତ୍ସାହିତ କରାଯାଉଥିବା ବିଭାଗ ସୂଚନା ପାଇଛି। ୱେବସାଇଟରେ ଏହି ସୂଚନା ଦିଆଯାଇଛି ଯେ ହିଂସା ସମୟରେ କଣ କରିବା ଉଚିତ ଏବଂ କଣ କରାଯିବା ଉଚିତ ନୁହେଁ। ହିଂସା ସମୟରେ କିପରି ସୁରକ୍ଷିତ ରହିବେ ତାହା ୱେବସାଇଟରେ କୁହାଯାଇଛି।

ୱେବସାଇଟ ବିଷୟରେ ସୂଚନା ପାଇବା ପରେ ଉତ୍ତରପ୍ରଦେଶ ପୋଲିସ ଏହି ୱେବସାଇଟ ସହିତ ଜଡିତ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି | ଡିଜିପି ପିଆରଓ ଅଭୟ ନାଥ ତ୍ରିପାଠୀ କହିଛନ୍ତି ଯେ ୱେବସାଇଟ ପ୍ରସଙ୍ଗରେ ତଦନ୍ତ କରାଯାଉଛି। ଏଡିଜି ପ୍ରଶାନ୍ତ କୁମାର ଖୁବ ଶୀଘ୍ର ଗଣମାଧ୍ୟମ ସହ କଥା ହେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.