ETV Bharat / bharat

‘ଉତ୍ତରପ୍ରଦେଶରେ ସାମ୍ବାଦିକଙ୍କ ପାଇଁ ବୀମା ରାଶି ଯୋଗାଇ ଦିଅନ୍ତୁ ସରକାର’ - କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଉତ୍ତରପ୍ରଦେଶ ସରକାରଙ୍କୁ ସାମ୍ବାଦିକମାନଙ୍କୁ ବୀମା ଯୋଗାଇବା ଦେବା ପାଇଁ ଅନୁରୋଧ କରିଛନ୍ତି ।

ସାମ୍ବାଦିକଙ୍କ ପାଇଁ ବୀମା ରାଶି
ସାମ୍ବାଦିକଙ୍କ ପାଇଁ ବୀମା ରାଶି
author img

By

Published : Sep 1, 2020, 1:40 PM IST

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଉତ୍ତରପ୍ରଦେଶ ସରକାରଙ୍କୁ ସାମ୍ବାଦିକମାନଙ୍କୁ ବୀମା ଯୋଗାଇବା ଦେବା ପାଇଁ ଅନୁରୋଧ କରିଛନ୍ତି । କୋଭିଡ-19 କାରଣରୁ ଜଣେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ପରେ ସରକାରଙ୍କୁ ନିବେଦନ କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧୀ ନିଜ ଫେସବୁକ୍ ପୋଷ୍ଟରେ କହିଛନ୍ତି, ‘ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର । ଲକ୍ଷ୍ନୌର ଜଣେ ଯୁବ ସାମ୍ବାଦିକ ନୀଲାଂଶୁ ଶୁକ୍ଲା ଆଉ ନାହାଁନ୍ତି । ସେ ଅନେକ ଦିନରୁ କୋଭିଡ-19 ସହ ଲଢୁଥିଲେ ’।

ପ୍ରିୟଙ୍କା ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ସେ ଜଣେ ଦକ୍ଷ ସାମ୍ବାଦିକ ଥିଲେ । ଏହି ଦୁଃଖକୁ ସହିବାକୁ ଭଗବାନ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ବୋଲି ସେ କହିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ପୂର୍ବରୁ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କୋରୋନା ଭାଇରସ ସଙ୍କଟ ସମୟରେ ସାମ୍ବାଦିକମାନେ ସୂଚନା ପ୍ରଦାନର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ତେଣୁ ସାମ୍ବାଦିକଙ୍କୁ ବୀମା ରାଶି ଯୋଗାଇଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.