ETV Bharat / bharat

ଟାଇପରାଇଟରରେ ଅଭିନନ୍ଦନଙ୍କୁ ଅଭିନନ୍ଦନ - wing commander

ବେଙ୍ଗାଲୁରୁର ଏସି ଗୁରୁମୂର୍ତ୍ତି ନିଜ ଟାଇପରାଇଟର ବ୍ୟବହାର କରି ଅଭିନନ୍ଦନଙ୍କ ଏକ ତୈଳଚିତ୍ର ବନାଇଛନ୍ତି । ଟାଇପରାଇଟର ଟାଇପିଂ ବୋର୍ଡରେ ଥିବା ଅକ୍ଷର, ସଙ୍କେତ ଓ ସ୍ବତନ୍ତ୍ର ନମ୍ବର ବ୍ୟବହାର କରି ସେ ଏହି ଚିତ୍ର ବନାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Mar 21, 2019, 11:06 PM IST

Updated : Mar 23, 2019, 1:09 AM IST

ବେଙ୍ଗାଲୁରୁ: କିଛି ସପ୍ତାହ ପୂର୍ବରୁ ପାକିସ୍ତାନରେ 58 ଘଣ୍ଟା ବିତାଇ ଭାରତ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସାରା ଦେଶର ହିରୋ ପାଲଟିଥିଲେ । ତାଙ୍କ ସାହସକୁ ପୁରା ଦେଶ ସାଲ୍ୟୁଟ କରିଥିଲା । ତାଙ୍କ ସାହସିକତାକୁ ସମ୍ମାନ ଜଣାଇ ନିକଟରେ ବେଙ୍ଗାଲୁରୁର ଜଣେ ଶିଳ୍ପୀ ଅଭିନବ ଉପାୟରେ ତାଙ୍କ ଚିତ୍ର ଆଙ୍କିଛନ୍ତି।

ବେଙ୍ଗାଲୁରୁର ଏସି ଗୁରୁମୂର୍ତ୍ତି ନିଜ ଟାଇପରାଇଟର ବ୍ୟବହାର କରି ଅଭିନନ୍ଦନଙ୍କ ଏକ ତୈଳଚିତ୍ର ବନାଇଛନ୍ତି । ଟାଇପରାଇଟର ଟାଇପିଂ ବୋର୍ଡରେ ଥିବା ଅକ୍ଷର, ସଙ୍କେତ ଓ ସ୍ବତନ୍ତ୍ର ନମ୍ବର ବ୍ୟବହାର କରି ସେ ଏହି ଚିତ୍ର ବନାଇଛନ୍ତି । ଏଥିପାଇଁ ତାଙ୍କୁ 2 ଘଣ୍ଟା ସମୟ ଲାଗିଥିଲା । ଅଭିନନ୍ଦନ ଦେଶକୁ ଗର୍ବିତ କରିଛନ୍ତି । ତାଙ୍କ ଦେଶପ୍ରେମ ପାଇଁ ସେ ଆଜି ସମସ୍ତଙ୍କ ଲାଗି ହିରୋ ପାଲଟିଛନ୍ତି । ଏଥିପାଇଁ ସେ ତାଙ୍କ ତୈଳଚିତ୍ର ବନାଇଥିଲେ । ଏହାକୁ ବନାଇ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଗୁରୁମୂର୍ତ୍ତି କହିଛନ୍ତି ।

ବ୍ୟାଙ୍କ ଅଫ ବରୋଦାରେ ଚାକିରୀ କରିଥିବା ଗୁରୁମୂର୍ତ୍ତି ନିଜ ଆର୍ଟିଷ୍ଟ ହେବାର ଆଶା ପୂରଣ କରିବା ପାଇଁ ଚାକିରୀ ଛାଡି ଦେଇଥିଲେ । ଆମେରିକା ସାଂସଦ ରୋବର୍ଟ କେନେଡିଙ୍କର ତୈଳଚିତ୍ର ତାଙ୍କର ପ୍ରଥମ ଟାଇପରାଇଟର ତୈଳଚିତ୍ର ଥିଲା । ସେ ଏପିଜେ ଅବଦୁଲ କଲାମ, ମଦର ଟେରେସା, ଭଗବାନ ବୁଦ୍ଧ, ହଲିଉଡ ଅଭିନେତା ଆର୍ଣ୍ଣଲୋଡଙ୍କ ତୈଳଚିତ୍ର ବନାଇଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଏକ ତୈଳଚିତ୍ର ବନାଇ ସେ ତାଙ୍କ ପାଖକୁ ପଠାଇଥିଲେ । ଏହାର ଜବାବରେ ରାଜୀବ ତାଙ୍କୁ ଏକ ପ୍ରଶଂସାପତ୍ର ପଠାଇଥିଲେ ବୋଲି ସେ କହିଛନ୍ତି ।

ଗୁରୁମୂର୍ତ୍ତି ନିଜକୁ କେବଳ ଭାରତ ନୁହେଁ ସାରା ବିଶ୍ବର ପ୍ରଥମ ଟାଇପରାଇଟର ଆର୍ଟିଷ୍ଟ ବୋଲି ଦାବି କରିଛନ୍ତି । ଶେଷ 51 ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି । ଏପର୍ଯ୍ୟନ୍ତ ସେ ଶହେରୁ ଅଧିକ ତୈଳଚିତ୍ର ବନାଇଥିବା କହିଛନ୍ତି । ସାଧାରଣ ଜନତାଙ୍କ ପାଇଁ ସେ ଅନେକ ସମୟରେ ନିଜ ତୈଳଚିତ୍ରର ପ୍ରଦର୍ଶନୀ ଆୟୋଜନ କରିଥାନ୍ତି ।

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
Last Updated : Mar 23, 2019, 1:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.