ETV Bharat / bharat

ଲକଡାଉନ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

author img

By

Published : Apr 2, 2020, 11:55 PM IST

ଗୁରୁବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଲକଡାଉନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ
ଲକଡାଉନ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: 21 ଦିନିଆ ଲକଡାଉନକୁ ମାନିବାକୁ କେନ୍ଦ୍ର ସରକାର ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହା ସତ୍ତ୍ବେ କିଛି ଲୋକ ନିୟମକୁ ମାନିନଥିଲେ । ଫଳରେ ଏବେ ଏହି ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଲକଡାଉନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଡିଏମ ଆକ୍ଟ ଓ ଭାରତୀୟ ପିଙ୍ଗଳ କୋଡ ଅଧୀନରେ ଏହି ସମ୍ପର୍କିତ ଥିବା ସମସ୍ତ ଧାରା ଏବଂ ନିୟମ ବିଷୟରେ ସମସ୍ତଙ୍କୁ ସଚେତନ କରିବାକୁ ସେ ଲେଖିଛନ୍ତି ।

ଏହି ଧାରା ଅନୁସାରେ ଯିଏ ନିୟମ ଖିଲାପ କରିବ ତାହା ବିରୋଧରେ ଆକ୍ସନ ନିଆଯିବ । ଏଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷମତା ଦେବାକୁ ସେ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନବମ ଦିନରେ ପହଞ୍ଚିଥିଲେ ମଧ୍ୟ ଲକଡାଉନର ସମସ୍ତ ନିୟମକୁ ଏବେ ବି କିଛି ଲୋକ ବେଖାତିର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.