ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନର ଦିନକ ପରେ ଏହି ବୈଠକ ବସିବାକୁ ଯାଉଛି ।
ତେବେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 2ରୁ ଏପ୍ରିଲ 3 ପର୍ଯ୍ୟନ୍ତ ହେବ । ତେଣୁ ଏନେଇ ମଧ୍ୟ ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଆକଳନ କରାଯାଉଛି । ସୂଚନାଯୋଗ୍ୟ ଯେ, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 11ରେ ସମାପ୍ତ ହୋଇଥିଲା ।
@ANI