ETV Bharat / bharat

ବିହାର ନିର୍ବାଚନ: ନୀତିଶଙ୍କ ନେତୃତ୍ବରେ ନିର୍ବାଚନ ଲଢିବନି LJP

author img

By

Published : Oct 4, 2020, 5:31 PM IST

ନୀତିଶଙ୍କ ନେତୃତ୍ବରେ ଏଲଜେପି ଲଢିବନି ନିର୍ବାଚନ । ଏନେଇ ଲୋକ ଜନଶକ୍ତି ପାର୍ଟୀ (ଏଲଜେପି) ସଂସଦୀୟ ଦଳର ବୈଠକର ନିଷ୍ପତ୍ତି ନେଇଛି । ସିଟ ବଣ୍ଟନକୁ ନେଇ ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ନୀତିଶଙ୍କ ନେତୃତ୍ବରେ ଏଲଜେପି ଲଢିବନି ନିର୍ବାଚନ : ଚିରାଗ ପାଶୱାନ

ପାଟନା: ନୀତିଶଙ୍କ ନେତୃତ୍ବରେ ଏଲଜେପି ଲଢିବନି ନିର୍ବାଚନ । ଏ ନେଇ ଏଲଜେପି ଜାତୀୟ ସଭାପତି ତଥା ସାଂସଦ ଚିରାଗ ପାଶୱାନଙ୍କ ଅଧ୍ୟକ୍ଷତାରେ ଦଳର ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ।

ରବିବାର ଏଲଜେପିର ସଂସଦୀୟ ଦଳ ବୈଠକରେ ଏଲଜେପି-ବିଜେପି ସରକାରଙ୍କ ପ୍ରସ୍ତାବ ପାରିତ କରାଯାଇଛି। ସମସ୍ତ ଏଲଜେପି ବିଧାୟକ ପିଏମ ମୋଦିଙ୍କୁ ମଜବୁତ କରିବେ। ବିଜେପି ସହିତ ହୋଇଥିବା ବୈଠକରେ ଚିରାଗ ପାଶୱାନ କହିଛନ୍ତି ସେମାନଙ୍କୁ ଲୋକସଭାରେ 6 ଟି ସିଟ ଓ ରାଜ୍ୟସଭାରେ 1 ସିଟ ମିଳିଛି । ସିଟକୁ ନେଇ ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ।

'ବିହାର ପ୍ରଥମ, ବିହାରୀ ପ୍ରଥମ' ମାଧ୍ୟମରେ ଉଠାଯାଇଥିବା ପ୍ରସଙ୍ଗଗୁଡିକ ଉପରେ LJP ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହେଁ | ବିହାର ନିର୍ବାଚନେର ଏନଡିଏ ମେଣ୍ଟରେ ବିଜେପି ସହିତ ଜେଡିୟୁ ଓ ହାମ ପାର୍ଟୀ ସହିତ ଏଲଜେପି ରହିଛନ୍ତି । ବର୍ତ୍ତମାନ ଦଳରେ ସିଟ ବଣ୍ଟନକୁ ନେଇ କୌଣସି ଗଣିତ ଛିଣ୍ଡି ପାରୁନି । ଏହି ବୈଠକରେ ବିହାର ଏଲଜେପି ସଭାପତି ତଥା ସାଂସଦ ରାଜକୁମାର ରାଜ ପାଶୱାନ, ସାଂସଦ ଭେନା ଦେବୀ, ସାଂସଦ ଚନ୍ଦନ ସିଂ ଏବଂ ଦଳର ସମସ୍ତ ସାଂସଦ ତଥା ନେତା ଉପସ୍ଥିତ ଅଛନ୍ତି। ସେପଟେ ବିହାର ନିର୍ବାଚନରେ ୟୁପିଏ ମେଣ୍ଟେର ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ପାଇଁ ଶନିବାର ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.