ETV Bharat / bharat

ଅନଲାଇନ କ୍ଲାସ ବୁଝିନପାରି ଆତ୍ମହତ୍ୟା କଲେ ନାବାଳକ

author img

By

Published : Sep 2, 2020, 10:29 PM IST

ତାମିଲନାଡୁର ଥେନି ଜିଲ୍ଲାରେ ଅନଲାଇନ କ୍ଲାସ ବୁଝିନପାରି ଜଣେ 16 ବର୍ଷିୟ ବାଳକ ଆତ୍ମହତ୍ୟା କରିଛନ୍ତି ।

ଅନଲାଇନ କ୍ଲାସ ବୁଝିନପାରି ଆତ୍ମହତ୍ୟା କଲେ ନାବାଳକ
ଅନଲାଇନ କ୍ଲାସ ବୁଝିନପାରି ଆତ୍ମହତ୍ୟା କଲେ ନାବାଳକ

ଚେନ୍ନାଇ: ଅନଲାଇନ କ୍ଲାସ ବୁଝିନପାରି ଆତ୍ମହତ୍ୟା କଲେ ଜଣେ 16 ବର୍ଷିୟ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଥେନି ଜିଲ୍ଲାରେ । ମୃତ ଛାତ୍ର ଜଣକ ଥେନି ଜିଲ୍ଲା ଅନ୍ଦିପତିର ବିକିରାପନ୍ଦି ବୋଲି ଜଣାପଡିଛି ।

ବିକିରାପନ୍ଦି ତ୍ରିଛିର ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ । କୋରୋନା ଯୋଗୁଁ ତାଙ୍କର ଅନଲାଇନ କ୍ଲାସ ଆରମ୍ଭ ହୋଇଥିଲା । ତେବେ ସେ ଅନଲାଇନ କ୍ଲାସରେ କିଛି ବୁଝିପାରୁନଥିବା ତାଙ୍କ ବାପାଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ତାଙ୍କ ବାପା ସମସ୍ୟା ବୁଝିବା ପରିବର୍ତ୍ତେ ଓଲଟା ତାଙ୍କ ଉପରେ ବିରକ୍ତ ପ୍ରକାଶ କରୁଥିଲେ । ଏହାପରେ ସେ ଅନଲାଇନ କ୍ଲାସରେ ଅନୁପସ୍ଥିତ ରହିବା ଆରମ୍ଭ କରିଥିଲେ । ତେବେ ତାଙ୍କ ବାପା ଏହା ଜାଣିବା ପରେ ବିକିରାପନ୍ଦିଙ୍କୁ ଗାଳିଗୁଲଜ କରିଥିଲେ । ଏଥିରେ ରାଗିଯାଇ ବିକିରାପନ୍ଦି ବେକରେ ଦଉଡି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.