ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କାଶ୍ମୀରକୁ ଭ୍ରମଣ ନ କରିବାକୁ ୟୁକେ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ନିଜ ନାଗରିକଙ୍କ ପାଇଁ ଯାତ୍ରା ସମ୍ପର୍କିତ ଉପଦେଶନାମା ଜାରି କରିଛନ୍ତି । 3 ଦେଶର ବିଦେଶ ଏବଂ ରାଷ୍ଟ୍ରମଣ୍ଡଳ କାର୍ଯ୍ୟାଳୟ(ଏଫସିଓ) ପକ୍ଷରୁ ସେମାନଙ୍କ ନାଗରିକମାନଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି। ସେମାନଙ୍କୁ ଜମ୍ମୁ-କଶ୍ମୀର ନଯିବା ପାଇଁ ଏହି ଏଥିରେ କୁହାଯାଇଛି।
ୟୁକେ ପକ୍ଷରୁ ଜାରି ହୋଇଥିବା ଉପଦେଶନାମାରେ କୁହାଯାଇଛି, ସୀମାନ୍ତ ସହର ଜମ୍ମୁ, ଲଦାଖ, ପହଲଗାମ, ଗୁଲମାର୍ଗ ଓ ସୋନମାର୍ଗ ଆଦିକୁ ଅଞ୍ଚଳକୁ ଯାତ୍ରା କରନ୍ତୁ ନାହିଁ । ଏହା ସହିତ କାଶ୍ମୀରରେ ଥିବା ନିଜ ନାଗରିକଙ୍କୁ ସତର୍କ ରହିବାର ପରାମର୍ଶ ଦେଇଛି ୟୁକେ ।
ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଅମରନାଥ ଯାତ୍ରୀ ରଦ୍ଦ କରିବା ସହ ଯାତ୍ରୀଙ୍କୁ ତୁରନ୍ତ କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କର ଏହି ନିର୍ଦ୍ଦେଶ ପରେ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ମଧ୍ୟ ସେମାନଙ୍କ ନାଗରିକମାନଙ୍କ ପାଇଁ ଉପଦେଶନାମା ଜାରି କରି ଜମ୍ମୁ-କଶ୍ମୀର ଯିବାକୁ ବାରଣ କରିଛନ୍ତି।