ETV Bharat / bharat

ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟର୍ପଣ କରିବ ମାଲ୍ୟା !

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ବ୍ରିଟେନ କୋର୍ଟରେ ଝଟ୍‌କା ।  ଭାରତ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୁଦ୍ଧରେ ମାଲ୍ୟାଙ୍କର ଲିଖିତ ଆବେଦନ ଖାରଜ କରିଛନ୍ତି ଲଣ୍ଡନର ଏକ କୋର୍ଟ ।

author img

By

Published : Apr 8, 2019, 6:35 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ କୋର୍ଟରେ ଝଟ୍‌କା । ଭାରତ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୁଦ୍ଧରେ ମାଲ୍ୟାଙ୍କ ଲିଖିତ ଆବେଦନ ଖାରଜ କରିଛନ୍ତି ବ୍ରିଟେନର ଏକ କୋର୍ଟ । ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ମାଲ୍ୟାର ପ୍ରତ୍ୟର୍ପଣ ରାସ୍ତା ସଫା ହୋଇଯାଇଛି । ତେବେ ନିଜକୁ ବଞ୍ଚାଇବା ପାଇଁ ମାଲ୍ୟା ପାଖରେ ଏବେ କେବଳ ଗୋଟିଏ ରାସ୍ତା ରହିଛି । ସେ ଚାହିଁଲେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । କିନ୍ତୁ ଏଥିରେ ପାଖାପାଖି 6 ସପ୍ତାହ ସମୟ ଲାଗିପାରେ ।

ଗତବର୍ଷ ଡିସେମ୍ବରରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟା ଭାରତ ପ୍ରତ୍ୟର୍ପଣ କରିବା ସପକ୍ଷରେ ରାୟ‌ ଦେଇଥିଲେ । ଏହି ରାୟ ପରେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ । ତେବେ କୋର୍ଟ ଓ ଗୃହମନ୍ତ୍ରୀ ସାଜିଦ ଜାବିଦଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାଲ୍ୟା ବ୍ରିଟେନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଭାରତ ପ୍ରତ୍ୟର୍ପଣ ନକରିବାକୁ ମାଲ୍ୟା ଏହି କୋର୍ଟରେ ଆବେଦନ କରିଥିଲେ ।

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.