ETV Bharat / bharat

ୟୁଜିସି ଗାଇଡଲାଇନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Jul 23, 2020, 2:14 PM IST

ସୁପ୍ରମିକୋର୍ଟ ଆଜି ୟୁଜିସି ଗାଇଡଲାଇନକୁ ଚ୍ୟାଲେଞ୍ଜ କରିଥିବା 31 ଛାତ୍ରଛାତ୍ରୀଙ୍କ ଆବେଦନର ଶୁଣାଣି କରିବେ।

ugc
ୟୁଜିସି ଗାଇଡଲାଇନକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରମିକୋର୍ଟ ଆଜି ୟୁଜିସି ଗାଇଡଲାଇନକୁ ଚ୍ୟାଲେଞ୍ଜ କରିଥିବା 31 ଛାତ୍ରଛାତ୍ରୀଙ୍କ ଆବେଦନର ଶୁଣାଣି କରିବେ। ଜଷ୍ଟିସ୍ ଏଲ ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କ ନେତୃତ୍ୱରେ ଶୀର୍ଷ ବେଞ୍ଚ କୋରୋନା ମହାମାରୀ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ବାତିଲ୍ କରିବା ଉପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆବେଦନ କରାଯାଇଥିବା ଯାଚିକା ଉପରେ ଶୁଣାଣି କରିବେ ।

ନିକଟରେ ୟୁଜିସି ସଂଶୋଧିତ ଗାଇଡଲାଇନ ଅନୁଯାୟୀ ସମସ୍ତ ବିଶ୍ବବିଦ୍ୟାଳୟକୁ ଅନ୍ତିମ ପରୀକ୍ଷା ସାରିବାକୁ କହିଥିଲେ । ଏଥିସହ ୟୁଜିସି କହିଥିଲେ ଯେ, ଯଦି ବିଶ୍ୱବିଦ୍ୟାଳୟଗୁଡିକ ଏହା କରିବାରେ ବିଫଳ ହେଉଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ।

ତେବେ ଯାଚିକାରୁ କୁହାଯାଇଛି ଯେ, ସମସ୍ତ ବିଶ୍ୱବିଦ୍ୟାଳୟ ଅନ୍ତିମ ବର୍ଷର ପରୀକ୍ଷା ବାତିଲ କରିବା ପରେ ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ସେମାନଙ୍କର ଇଣ୍ଟରନାଲ ମୂଲ୍ୟାଙ୍କନ କିମ୍ବା ଅତୀତର କାର୍ଯ୍ୟଦକ୍ଷତା ଆଧାରରେ ଗଣନା କରାଯିବା ଉଚିତ । ତେବେ ବାର ଏବଂ ବେଞ୍ଚ ଅନୁଯାୟୀ, ଜୁଲାଇ 31 ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ପ୍ରଦାନ କରାଯିବାକୁ ମଧ୍ୟ ଯାଚିକାରେ ଅନୁରୋଧ କରାଯାଇଛି।

ବରିଷ୍ଠ ଓକିଲ ଧ୍ରୁଭ ମେହେତା ବର୍ତ୍ତମାନ ଶେଷ ବର୍ଷର ଆଇନ ଛାତ୍ର ୟଶ ଦୁବେଙ୍କ ଆବେଦନ ବିଷୟରେ ଉଲ୍ଲେଖ କରିବେ । ସେ ମଧ୍ୟ ପୂର୍ବରୁ ୟୁଜିସିର ବାଧ୍ୟତାମୂଳକ ଶେଷ ବର୍ଷ ପରୀକ୍ଷାକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ତେବେ ଦୁବେ ପ୍ରଥମେ ଏକ ଚିଠିରେ ଆବେଦନ କରିଥିଲେ ।

ପ୍ରକାଶ ଥାଉକି, କୋରୋନା ମହାମାରୀ କାରଣରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ବନ୍ଦ ଥିବା ସହ ପରୀକ୍ଷା ମଧ୍ୟ ବନ୍ଦ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.