ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ୟୁଏଇର ରାଷ୍ଟ୍ରଦୂତ ଅହମ୍ମଦ ଆଲବାନା ମଙ୍ଗଳବାର ଦିନ ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ( ସି଼ଡିଏସ) ଜେନେରାଲ ବିପିନ ରାୱତଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
ଯେଉଁଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧୀୟ ଆଲୋଚନା ହୋଇଥିବା ସୂଚନା ରହିଛି । ଦୁଇ ଅଧିକାରୀ ଟେଲିଫୋନ ଯୋଗେ କଥା ହୋଇଥିବା ୟୁଏଇର ଦୂତାବାସ ପକ୍ଷରୁ ଏକ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏବଂ ମିଳିତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ନୂତନ ବୁଝାମଣା ଓ ଅଂଶଗ୍ରହଣ ଉପରେ ଆଲୋଚନା ହୋଇଥିବା ଟୁଇଟରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ