ETV Bharat / bharat

ବାନ୍ଦିପୋରାରୁ 2 ଜୈଶ ସହଯୋଗୀ ଗିରଫ, 8 ଗ୍ରେନେଡ ଜବତ

author img

By

Published : Feb 2, 2021, 4:09 PM IST

ମଙ୍ଗଳବାର ବାନ୍ଦିପୋରାରୁ ଗିରଫ ହୋଇଛନ୍ତି 2 ଜଣ ଜୈଶ ସହଯୋଗୀ । ଗିରଫ ଆତଙ୍କବାଦୀ ସହଯୋଗୀଙ୍କ ଠାରୁ ଅନେକ ଗୁଳିଗୋଳା ଓ ଗ୍ରେନେଡ ଜବତ ହୋଇଛି । ଅଧିକ ପଢନ୍ତୁ...

ବାନ୍ଦିପୋରାରୁ 2 ଜୈଶ ସହଯୋଗୀ ଗିରଫ, 8 ଗ୍ରେନେଡ ଜବତ
ବାନ୍ଦିପୋରାରୁ 2 ଜୈଶ ସହଯୋଗୀ ଗିରଫ, 8 ଗ୍ରେନେଡ ଜବତ

ଶ୍ରୀନଗର: ସେନାର କଡା ଜବାବ ସତ୍ତ୍ବେ ଘାଟିରେ ଥମୁନି ଆତଙ୍କବାଦୀ କାର୍ଯ୍ୟକଳାପ । ଘାଟିରେ ଯୁବକଙ୍କୁ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ କରାଇବାକୁ ପ୍ରେରିତ କରୁଛନ୍ତି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ । ଏହାର ପ୍ରମାଣ ସ୍ବରୂପ ମଙ୍ଗଳବାର ବାନ୍ଦିପୋରାରୁ ଗିରଫ ହୋଇଛନ୍ତି 2 ଜୈଶ ସହଯୋଗୀ ।

ବାନ୍ଦିପୋରା ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ ଏଠାରେ କେତେକ ଦେଶବିରୋଧୀ ତତ୍ବ ଘାଟିର ଯୁବକମାନଙ୍କୁ ଆତଙ୍କବାଦ ଆଡକୁ ଠେଲିବାକୁ ପ୍ରୟାସ କରୁଛନ୍ତି । ସେମାନଙ୍କୁ ପ୍ରଭାବିତ କରି ଆତଙ୍କବାଦ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଅନ୍ୟାନ୍ୟ ଉତ୍ସ ଯୋଗାଇବା ବ୍ୟତୀତ ହିଂସାତ୍ମକ ପଥରେ ଯିବାକୁ ପ୍ରେରିତ କରୁଛନ୍ତି ।

ଗୁଇନ୍ଦା ସୂତ୍ରକୁ ଆଧାର କରି କାର୍ଯ୍ୟ କରି ବାନ୍ଦିପୋରା ପୋଲିସ ଓ 13 ଆରଆର ମିଳିତ ଅପରେସନରେ ଅବଦୁଲ ମଜିଦ ଖାନ ନାଁରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଥିଲା । ଗିରଫ ଅବଦୁଲ ଠାରୁ ଅନେକ ଗୁଳିଗୋଳା ଜବତ ହୋଇଥିଲା, ​​ଯେଉଁଥିରେ ଗୋଟିଏ ପିସ୍ତଲ, 3 ଲାଇଭ ହ୍ୟାଣ୍ଡ ଗ୍ରେନେଡ ଏବଂ 10 ରାଉଣ୍ଡ ଗୁଳି ଜବତ ହୋଇଥିଲା ।

ପ୍ରାଥମିତ ତଦନ୍ତରେ ଅଭିଯୁକ୍ତ ନିଜ ବୟାନରେ କହିଛି ଯେ ସେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ । ଅବଦୁଲ ଏହି ଖୁଲାସା ସମୟରେ ତାର ସହଯୋଗୀ ସୌକତ ଅହମ୍ମଦ ମଲିକର ନାଁ ମଧ୍ୟ କହିଥିଲା । ଅବଦୁଲର ବୟାନ ଆଧାରରେ ସୋପୋର ପୋଲିସ ଏବଂ 52RR ସହିତ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇ ତାକୁ ମଧ୍ୟ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.